ମାଛ ବଜାରରେ ଛମା ଛମା ଗାର୍ଲ ! ମତ୍ସ୍ୟଜୀବୀଙ୍କ ସହ ମିଶି ମାଛ ବିକିବା ସହ ଅଟୋ ଚଲାଇଲେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକର ।

189

ବଲିଉଡ୍ ର ନାମୀ ଅଭିନେତ୍ରୀ ତଥା ନିକଟରେ କଂଗ୍ରେସରେ ଯୋଗ ଦେଇ ପଶ୍ଚିମ ମୁମ୍ବାଇରୁ କଂଗ୍ରେସ ପାଇଁ ପ୍ରାର୍ଥୀ ହୋଇଥିବା ଉର୍ମିଳା ମାତୋଣ୍ଡକର ବୁଧବାର ମତ୍ସ୍ୟଜୀବୀଙ୍କୁ ଭୋଟ୍ ମାଗିବା ପାଇଁ ବୋରିବଲି ମାଛବଜାରରେ ପହଂଚିଥିଲେ । ଏହା ପୂର୍ବରୁ ସେ ନିର୍ବାଚନ ପ୍ରଚାର ସମୟରେ କାନ୍ଦିୱଲୀରେ କ୍ରିକେଟ୍ ଖେଳିଥିବା ମଧ୍ୟ ନଜର ଆସିଥିଲେ । ସେ ବେଟିଙ୍ଗ୍ କରିବା ସମୟରେ ବଲ୍ ହିଟିଙ୍ଗ୍ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ । ଚାରପୋକ୍ ଠାରେ କିଛି ଯୁବକ କ୍ରିକେଟ୍ ଖେଳୁଥିବା ସମୟରେ ସେଠାକୁ ନିର୍ବାଚନ ପ୍ରଚାରରେ ଯାଇଥିବା ଉର୍ମିଳା ସେମାନଙ୍କ ସହ ମିଶି କ୍ରିକେଟ୍ ଖେଳିଥିଲେ । ଗୁଡି ପାଡୱା ପର୍ବରେ ସେ ଗଜରା ଏବଂ ଟ୍ରାଡିସନାଲ୍ ଲୁକ୍ ରେ ଖଞ୍ଜଣୀ ଏବଂ ଢୋଲ ବଜାଉଥିବା ମଧ୍ୟ ଦେଖାଦେଇଥିଲେ ।

ଏହାପରେ ସେ କାନ୍ଦିୱଲୀ ମାଛ ବଜାରକୁ ଯାଇଥିଲେ ଏବଂ କିଛି ସମୟ ପାଇଁ ମାଛ ବିକ୍ରି ମଧ୍ୟ କରିଥିଲେ । ଏହାପୂର୍ବରୁ ସେ ଅଟୋ ଚଲାଉଥିବା ମଧ୍ୟ ନଜର ଆସିଥିଲେ । ଉକ୍ତ ସମୟରେ ଗଣମାଧ୍ୟମ ଏବଂ କଂଗ୍ରେସ ସମର୍ଥକ ମଧ୍ୟ ଉର୍ମିଳାଙ୍କ ସହ ଥିଲେ । ଏହା ପୂର୍ବରୁ ବିଜେପି ନେତ୍ରୀ ତଥା ବରିଷ୍ଠ ଅଭିନେତ୍ରୀ ହେମାମାଳିନୀ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଧାନ ବିଲରେ ଧାନ କାଟିବା ସହ ଟ୍ରାକ୍ଟର ମଧ୍ୟ ଚଲାଇବାର ନଜରକୁ ଆସିଥିଲେ ।