ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ! ପୋଲିଙ୍ଗ୍ ବୁଥରେ ଭୋଟ୍ ଦେବାକୁ ପଂହଚିଲେ ବଡ଼ ବଡ଼ ନେତା ଓ ଅଭିନେତା,ଧାଡିରେ ଠିଆ ହୋଇ ଦେଲେ ଭୋଟ୍ ।

75

ଆଜି ହେଉଛି ଲୋକସଭା ନିର୍ବାଚନ ୨୦୧୯ ର ଦ୍ୱିତୀୟ ମତଦାନ ପର୍ଯ୍ୟାୟ । ଗୁରୁବାର ରାଜ୍ୟର ୧୨ ଟି ରାଜ୍ୟ ଏବଂ ୯୫ ଟି ଲୋକସଭା ସିଟରେ ଭୋଟିଙ୍ଗ୍ ହେବାକୁ ଯାଉଛି । ଦ୍ୱିତୀୟ ଚରଣରେ ତାମିଲନାଡୁରୁ ୩୮,କର୍ଣ୍ଣାଟକରୁ ୧୪,ମହାରାଷ୍ଟ୍ରରୁ ୧୦,ଉତ୍ତରପ୍ରଦେଶରୁ ୮,ଆସାମ,ବିହାର ଏବଂ ଓଡିଶା ୫-୫,ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ୩-୩,ଜମ୍ମୁ-କାଶ୍ମୀରରୁ ୨ ଏବଂ ମଣିପୁର ଏବଂ ପଣ୍ଡିଚେରୀରୁ ୧-୧ ସିଟ୍ ଉପରେ ମତଦାନ ହେବାକୁ ଯାଉଛି । ଏହାସହ ଓଡିଶାର ୩୫ ବିଧାନସଭା ସିଟରେ ମଧ୍ୟ ଭୋଟ୍ କରାଯିବ । ଉତ୍ତରପ୍ରଦେଶର ୮ ଟି ଲୋକସଭା ସିଟ୍ ପାଇଁ ୮୫ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଏହି ଚରଣରେ ରାଜ୍ୟର ନାଗିନା,ଅମରୋହା,ବୁଲନ୍ଦସହର,ଅଲିଗଡ଼,ହାଥରସ୍ ,ମଥୁରା,ଆଗ୍ରା ଏବଂ ଫତେହପୁର ସିକ୍ରି ସିଟ୍ ରେ ମତଦାନ ହେବାକୁ ଯାଉଛି । ଦ୍ୱିତୀୟ ଚରଣ ନିର୍ବାଚନ ପାଇଁ ୧୯ ମାର୍ଚ୍ଚକୁ ଜାରୀ ହୋଇଥିବା ଅଧିସୂଚନା ଅନୁସାରେ ୧୩ ରାଜ୍ୟର ୯୭ ଟି ସିଟ୍ ଉପରେ ମତଦାନ ହେବାକୁ ଥିଲା । କିନ୍ତୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିକଟରେ ପୂର୍ବ ତ୍ରିପୁରା ଏବଂ ତାମିଲନାଡୁର ବିଲ୍ଲୋର ସିଟ୍ ରେ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ତେବେ ସକାଳୁ ସକାଳୁ ପୋଲିଙ୍ଗ୍ ବୁଥ୍ ଖୋଲିବା ମାତ୍ରେ ଭୋଟ୍ ଦେବାକୁ ପହଂଚିଥିଲେ ବଡ଼ ବଡ଼ ନେତା ଏବଂ ଅଭିନେତା ତେବେ ଆସନ୍ତୁ ଏ ଉପରେ ନଜର ପକାଇବା ।

ତାମିଲନାଡୁ : ଚେନ୍ନାଇରେ ବୁଥ୍ ନମ୍ବର ୨୭ ରେ ଭୋଟ୍ ଦେବା ପାଇଁ ଲାଇନ୍ ରେ ଠିଆ ହୋଇ ମକ୍କଲ ନିଧି ମୟମ୍ ମୁଖ୍ୟ ତଥା ବରିଷ୍ଠ ଅଭିନେତା କମଲ୍ ହାସନ୍ , ଏହାସହ ତାଙ୍କ ଝିଅ ଅଭିନେତ୍ରୀ ଶ୍ରୁତି ହାସନଙ୍କୁ ମଧ୍ୟ ବୁଥ୍ ରେ ଦେଖିବାକୁ ମିଳିଥିଲା ।

 

ତାମିଲନାଡୁ : ତାମିଲନାଡୁରେ ଦକ୍ଷିଣ ଅଭିନେତା ବିଜୟ ନିଲଗରାଇ ବୁଥରେ ମତଦାନ କରୁଥିବା ଦେଖିବାକୁ ମିଳିଥିଲା ।

ମହାରାଷ୍ଟ୍ର : ମହାରାଷ୍ଟ୍ରର ସୋଲାପୁର ଲୋକସଭା ସିଟରେ ପୂର୍ବ ଗୃହମନ୍ତ୍ରୀ ସୁଶୀଲ୍ କୁମାର ସିନ୍ଦେ ନିଜ ମତଦାନ କରୁଛନ୍ତି ।

ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ଦକ୍ଷିଣ କ୍ଷେତ୍ର ବାଙ୍ଗାଲୋରର ଜୟାନଗର ବୁଥ୍ ନମ୍ବର ୫୪ ରେ ଭୋଟ୍ ଦେବାକୁ ଯାଉଛନ୍ତି ।

ମଣିପୁର : ଗଭର୍ଣ୍ଣର ଡକ୍ଟର ନଜମା ହେପତୁଲ୍ଲା ମତଦାନ ସାରି ଫେରୁଛନ୍ତି ।

ତାମିଲନାଡୁ : ତାମିଲନାଡୁରେ କଂଗ୍ରେସ ନେତା ପି.ଚିଦାମ୍ବରମ୍ ଙ୍କ ଶିବଗଙ୍ଗା କେରେ ନିଜ ଭୋଟ୍ ଦେଉଛନ୍ତି ।

ତାମିଲନାଡୁ : ତାମିଲନାଡୁରେ ଦକ୍ଷିଣ ସିନେମା ଜଗତର ସୁପରଷ୍ଟାର୍ ରଜନୀକାନ୍ତ ଚେନ୍ନାଇ ସେଣ୍ଟ୍ରାଲ୍ ସଂସଦୀୟ କ୍ଷେତ୍ରରୁ ମତଦାନ କରୁଥିବା ସମୟର ଫଟୋ ।