ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହ ! ବିହାରରେ ବାଜିରେ ଲାଗିଛି ହେଭିୱେଟଙ୍କ ରାଜନୈତିକ ଭବିଷ୍ୟତ, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

Advertisment
ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହ ! ବିହାରରେ ବାଜିରେ ଲାଗିଛି ହେଭିୱେଟଙ୍କ ରାଜନୈତିକ ଭବିଷ୍ୟତ, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

image courtesy - www.newsstate.com

କନକ ବ୍ୟୁରୋ : ଦେଶରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ବିହାର ରାଜନୀତି । ବିହାରରେ ତିନୋଟି ପର୍ଯ୍ୟାୟରେ ୧୪ ଲୋକସଭା ଆସନରେ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ଆଉ ୫ଟି ଆସନରେ ହେବ ନେତାଙ୍କ ଭାଗ୍ୟ ପରୀକ୍ଷା । ଏଥିରେ ଦରଭଙ୍ଗା, ଉଜିୟାରପୁର, ସମସ୍ତୀପୁର, ବେଗୁସରାୟ ଏବଂ ମୁଙ୍ଗେର ଆସନରେ ନିର୍ବାଚନ ହେବ । ଏହି ଆସନ ମିଥିଲା ଏବଂ ମଧ୍ୟ ବିହାର କ୍ଷେତ୍ରରେ ରହିଛି ।

publive-imageସବୁଠାରୁ ବଡ କଥା ହେଉଛି, ଏହି ନିର୍ବାଚନରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ୫ଟି ଆସନରୁ ମଇଦାନରେ ଅଛନ୍ତି ମୋଟ୍ ୬୬ଜଣ ପ୍ରାର୍ଥୀ । ତେବେ ୨୦୧୪ ନିର୍ବାଚନରେ ଏହି ୫ଟି ଆସନରେ ଏନଡିଏ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । କିନ୍ତୁ ଏଥର ସମୀକରଣ ବଦଳିଛି । ମହାଗଠବନ୍ଧନ କାରଣରୁ ଏଥର ବିହାର ରାଜନୀତି ରୋଚକ ହୋଇଛି ।

ଚତୁର୍ଥ ପର୍ଯ୍ୟାୟରେ ବିଜେପିର ଗିରିରାଜ ସିଂହ, ନିତ୍ୟାନନ୍ଦ ରାୟ, ରାଲୋସପାର ଉପେନ୍ଦ୍ର କୁଶବାହା, ଜେଡିୟୁ ନେତା ଲଲନ ସିଂହ, ସିପିଆଇର କହ୍ନେୟା କୁମାର, ଆରଜେଡିର ଅବଦୁଲ୍ ବାରି ସିଦ୍ଦିକି ଏବଂ ଏଲଜେପିର ରାମଚନ୍ଦ୍ର ପାଶବାନଙ୍କ ଭଳି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ୨୦୧୪ ନିର୍ବାଚନରେ ଏହି ଆସନ ଗୁଡିକରେ ଭୋଟ୍ ପ୍ରତିଶତ ଅଧିକ ରହିଥିଲା । ଉଜିୟାରପୁରରେ ୬୦.୨ ପ୍ରତିଶତ, ଦରଭଙ୍ଗାରେ ୫୫.୪ ପ୍ରତିଶତ, ସମସ୍ତୀପୁରରେ ୫୭.୩ ପ୍ରତିଶତ, ମୁଂଗେରରେ ୫୩.୧ ପ୍ରତିଶତ ଏବଂ ବେଗୁସରାୟରେ ୬୦.୬ ପ୍ରତିଶତ ମତଦାନ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe