ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ନେତା ! କହିଲେ , ନିର୍ବାଚନ ଲଢିବାକୁ ଚାହେଁ କିନ୍ତୁ ପାଖରେ ଟଙ୍କା ନାହିଁ , କିଡନୀ ବିକ୍ରି କରିବାକୁ ଅନୁମତି ଦିଅନ୍ତୁ ।

255

ଏବେ ଚାଲିଛି ନିର୍ବାଚନ ଋତୁ । ନିର୍ବାଚନରେ ବିଜୟ ହାସଲ କରିବା ପାଇଁ କେହି ଭୋଟରଙ୍କୁ ଖାଇବା,ପିଇବାକୁ ଦେଉଥିବା ବେଳେ ଆଉ କିଛି ନେତା ଟଙ୍କା ବାଣ୍ଟିବା ଭଳି କାମ କରିଥାନ୍ତି । ତେବେ କ’ଣ ଆପଣ କେବେ ଶୁଣିଛନ୍ତି ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ କେବେ ନିଜ କିଡନୀ ମଧ୍ୟ ବିକିବାକୁ ପ୍ରସ୍ତୁତ ହେବେ? ହଁ ଆଜ୍ଞା ଅବାନ୍ତର ଭଳି ଲାଗୁଥିଲେ ବି କଥାଟି ସମ୍ପୁର୍ଣ୍ଣ ସତ । ମଧ୍ୟପ୍ରଦେଶର ବାଲାଘାଟ୍ ଲୋକସଭା ସିଟରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ରୁପେ ପୂର୍ବ ବିଧାୟକ କିଶୋର ସମରିତେ ନିଜ ନିର୍ବାଚନ ଖର୍ଚ୍ଚ ବାହାର କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ କିଡନୀ ବିକ୍ରି କରିବା ପାଇଁ ଅନୁମତି ମାଗିଛନ୍ତି । ସେ କିଡନୀ ବିକ୍ରି କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖି ଅନୁମତି ମାଗିଛନ୍ତିି ।

ସେ କହିଥିଲେ ଯେ ଲୋକସଭା ନିର୍ବାଚନରେ ଆଶାୟୀଙ୍କ ବ୍ୟୟ ସୀମା ୭୫ ଲକ୍ଷ ଟଙ୍କା ହୋଇଥାଏ । ନିର୍ବାଚନକୁ ଦେଖି ସେ ଏଭଳି କଥା ଚିଠିରେ ଲେଖିଛନ୍ତି । ସେ ୧୦ ବର୍ଷ ଅନ୍ତରାଳେ ନିର୍ବାଚନ ଲଢୁଛନ୍ତି । ସେ କହିଛନ୍ତି ଯେ ପ୍ରତିଥର ଏହାର ବ୍ୟୟ ବଢିବାକୁ ଲାଗୁଛି ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ନିର୍ବାଚନ ଲଢିବା କଷ୍ଟକର ହୋଇପଡିଛି । ଏଥିପାଇଁ ନିର୍ବାଚନ କମିଶନ୍ ଙ୍କୁ ଏଭଳି କିଛି କରିବାକୁ ପଡିବ ଯେଉଁଥିରେ ନିର୍ବାଚନ ଲଢିବା ସହଜ ହୋଇପାରିବ ।