କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଘରେ ଟଙ୍କାର ପାହାଡ଼ । କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା । ଚଢାଉ ସମୟରେ ନଗଦ ୮ କୋଟି ଟଙ୍କା ଜବତ ହୋଇଛି । ଘଟଣା ପରେ ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବସବରାଜ ବିମୋଇ ଘୋଷଣା କରିଛନ୍ତି ।

Advertisment

- ବିଧାୟକ ମଦଲଙ୍କ ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ
- କାର୍ଯ୍ୟାଳୟରୁ ମିଳିଛି ୧ କୋଟି ୭୫ ଲକ୍ଷ ଟଙ୍କା
- ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି
- ବିଧାୟକ ମଦଲ କର୍ଣ୍ଣାଟକ ‘ସୋପ୍ସ ଆଣ୍ଡ ଡିଟରଜେଣ୍ଟ ଲମିଟେଡ’ର ଅଧ୍ୟକ୍ଷ ଥିଲେ
- ଏହି ସଂସ୍ଥା ‘ମହୀଶୂର ସାଣ୍ଡାଲ’ ସାବୁନ ପ୍ରସ୍ତୁତ ପାଇଁ ବିଖ୍ୟାତ
- ଏହି ସଂସ୍ଥାରୁ ମଧ୍ୟ ବିଧାୟକ ମଦଲ ବିରୁପାକ୍ଷପ୍ପା ଇସ୍ତଫା ଦେଇଛନ୍ତି