ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ପ୍ରାଥମିକ ରିପୋର୍ଟକୁ ଅନୁଧ୍ୟାନ କରିବେ ୩ଜଣିଆ ଖଣ୍ଡପୀଠ ।

50

କନକ ବ୍ୟୁରୋ: ମାସ୍କ ଓ ପିପିିଇ କିଟ୍ କିଣା ଦୁର୍ନୀତି ପ୍ରସଙ୍ଗ । ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ରିପୋର୍ଟକୁ ତର୍ଜମା ପରେ ଆସନ୍ତା ମାର୍ଚ୍ଚ ୨୬ରେ ହେବ ପରବର୍ତ୍ତୀ ଶୁଣାଣି । ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠ ରିପୋର୍ଟକୁ ଅନୁଧ୍ୟାନ କରି ଶୁଣାଣି କରିବେ । ମାସ୍କ ଓ ପିପିିଇ କିଟ୍ କିଣା ଦୁର୍ନୀତିକୁ ନେଇ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଓ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ଅଭିଯୋଗ ନେଇ ଆଜି ହୋଇଥିଲା ଶୁଣାଣି ।

ତେବେ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଗତବର୍ଷ ଡିସେମ୍ବର ୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଫେବୃୟାରୀ ୧୫ ତାରିଖରେ ପରବର୍ତୀ ତାରିଖ ଧାର୍ଯ୍ୟ ହୋଇଥିଲା । ଭିଜିଲାନ୍ସ ତଦନ୍ତ ଶେଷ ହୋଇନଥିବାରୁ ଆଜିର ତାରିଖ ଧାର୍ଯ୍ୟ ହୋଇଥିଲା ।