ମାସ୍କ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ । ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

144

କନକ ବ୍ୟୁରୋ: କରୋନା ସମୟରେ ପିପିଇ କିଟ୍, ମାସ୍କ ଓ ଔଷଧ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ । ମାସ୍କ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ତେବେ ଚଢା ଦାମରେ ଔଷଧ ଓ ଟ୍ରିପଲ ଲେୟାର ମାସ୍କ କିଣା ଯାଇଥିଲା କି ? ସେ ନେଇ ତଦନ୍ତ ହେବ । ଜଣେ ଦକ୍ଷ ଓ ସଚ୍ଚୋଟ ଏସପି କିମ୍ବା ଏଏସପିଙ୍କ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫେବୃୟାରୀ ୧୫ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।