କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାସ୍କ ଓ ପିପିଇ  କିଟ୍  ଦୁର୍ନୀତି ମାମଲାରେ ସରକାରଙ୍କୁ  କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ । ଆଜି ଏ ନେଇ  ଲୋକୟୁକ୍ତଙ୍କ ନିକଟରେ  ଶୁଣାଣି ହୋଇଥିଲା । ଏହି ମାମଲାରେ  ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ ।  ଆଉ ରିପୋର୍ଟ ଆଧାରରେ ପିଟିସନରଙ୍କ ଉପସ୍ଥିତିରେ ମାମଲାର  ଶୁଣାଣି ହୋଇଛି ।
Advertisment
ତେବେ ରିପୋର୍ଟକୁ ଆଧାର କରି ଲୋକାୟୁକ୍ତ ନିଷ୍ପତି ଶୁଣାଇଛନ୍ତି, ଏଥିରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ । ତେବେ ଏହି ରାୟ ଏକପାଖିଆ ଓ ଏହା ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ପିଟିସନର ସୁଦର୍ଶନ ଦାସ ଓ ସୁଶାନ୍ତ ପାଢୀ ।