କନକ ବ୍ୟୁରୋ : ଲୋକସଭାର ପରବର୍ତୀ ବାଚସ୍ପତି ପଦବୀ ଦୌଡରେ କଟକ ସାଂସଦ ଭତୃହରି ମହତାବ ଆଗରେ ଅଛନ୍ତି । ଲୋକସଭାରୁ ଲଗାତାର ୭ଥର ଜିତିଥିବା ଭତୃହରି ବିରୋଧୀ ବିଜେଡିରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ଥିଲେ । ଏପରିକି ମୋଦୀ ଗତ ଲୋକସଭା କାର୍ଯ୍ୟକାଳ ମଧ୍ୟରେ ଭତୃହରି ଉପବାଚସ୍ପତି ପଦବୀ ଦେବାକୁ ବିଚାର କରୁଥିଲେ ମଧ୍ୟ ବିଜେଡି ରାଜିନଥିଲା । ଏତତ ବ୍ୟତିତ ବେଷ୍ଟ ପାର୍ଲାମେଂଟାରୀ ଆୱାର୍ଡ ଜିତିବା ସହ ଲୋକସଭା ପରିଚାଳନା ସଭାପତି ମଣ୍ଡଳୀର ବରିଷ୍ଠ ସଦସ୍ୟ ଥିଲେ । ତେଣୁ ଏଥରକ ବିଜେପିରୁ ଜିତିଥିବା ଭତୃହରୀ ବାଚସ୍ପତି ପଦବୀ ପାଇବା ନେଇ ବହୁ ସମ୍ଭାବନା ରହିଛି ।

Advertisment

ଅନ୍ୟପକ୍ଷରେ ଜାତୀୟ ମିଡିଆ ଖବର ଅନୁସାରେ ଆନ୍ଧ୍ରପ୍ରଦଶ ବିଜେପି ସଭାପତି ଡି ପୁରେନ୍ଦଶ୍ୱରୀମଧ୍ୟ ବାଚସ୍ପ୍ତି ପଦ ଦିଆଯାଇପାରେ । ବାଚସ୍ପତି ପଦବୀ ପାଇଁ ଅଡିବସିଥିବା ଟିଡିପ ସଭାପତି ଚନ୍ଦ୍ରବାବୁ ନାଇଡୁ ତାଙ୍କ ନିକଟ ସର୍ମ୍ପକୀୟ ପୁରେନ୍ଦଶ୍ୱରୀଙ୍କୁ ବାଚସ୍ପତି କରାଗଲେ ବିରୋଧ କରିବେ ନାହିଁ । ଏଥିସହିତ ବାଚସ୍ପତି ପଦବୀରେ ଜଣେ ମହିଳାଙ୍କୁ ବସାଇ ପ୍ରଧାନମନ୍ତ୍ରୀ ସମସ୍ତ ଶ୍ରେୟ ନେବାକୁ ଚାହିିଁବେ ।

ଏହାଛଡା ପୂର୍ବତନ ବାଚସ୍ପତି ଓମବିର୍ଲାଙ୍କୁ ପୁଣି ଥରେ ରାଜସ୍ଥାନ କୋଟାରୁ ଲୋକସଭାରୁ ଜିତିଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନି । ତେଣୁ ତାଙ୍କୁ ପୁର୍ନବାର ବାଚସ୍ପ୍ତି ପଦବୀ ପାଇଁ ମନୋନୀତ କରାଯାଇପାରେ । କାରଣ ଜଣେ ସାଧାରଣ ସାଂସଦ ଭାବେ ଓମ ବିର୍ଲାଙ୍କୁ ଲୋକସଭାରେ ବସାଇବାକୁ ଚାହିଁବେନି ମୋଦୀ ।

ଅନ୍ୟପକ୍ଷରେ ଟିଡିପି ଓ ଜେଡୀୟୁ ମଧ୍ୟ ବାଚସ୍ପତି ପଦବୀ ପାଇଁ ଦାବି କରିଛି । ନିଜ ନିଜ ପାର୍ଲାମେଂଟାରୀ ପାର୍ଟି ସମ୍ଭାବ୍ୟ ବିଭାଜନ ଆଶଙ୍କାରେ ଉଭୟ ଦଳ ବାଚସ୍ପତି ପାଇଁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ପରବର୍ତୀ ପଦକ୍ଷେକ ଖୁବ ଗୁରୁତ୍ୱପୂର୍ଣ୍ଣ ହେବ ।