କନକ ବ୍ୟୁରୋ: ଆଜି କାଳିଆ ପ୍ରେମରେ ଭିଜୁଛି ସାରା ଓଡିଶା । ଗାଁଠୁ ସହର ସବୁରି ମନରେ ଶ୍ରୀଜଗନ୍ନାଥ ଚେତନା । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ହରିବୋଲ ସଂକୀର୍ତ୍ତନରେ ବଡଦାଣ୍ଡ ଉଛୁଳୁଥିବାବେଳେ ଭକ୍ତଙ୍କ ଭାବରେ ଭିଜିଛି ଶ୍ରୀକ୍ଷେତ୍ର । ସମସ୍ତେ ଯେପରି ମହାପ୍ରଭୁ୍ଙ୍କ ଆଖିରେ ଆଖି ମିଶାଇ ଏକୀଭୂତ ହୋଇଛନ୍ତି । ନିଜର ସତ୍ତାକୁ ଭୁଲି ନିଜକୁ ବିଶ୍ୱ ନିୟନ୍ତାଙ୍କ ପାଖରେ ସମର୍ପଣ କରିଛନ୍ତି ।

Advertisment

ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତ ଯେତିକି ଭାବମୟ ହୋଇଛନ୍ତି ପରିକ୍ରମା ପ୍ରକଳ୍ପ ଉଦଘାଟନର ଉତ୍ସବର ଦୃଶ୍ୟକୁ ସମସ୍ତଙ୍କ ପାଖରେ ପଞ୍ଚାଇବାକୁ ପ୍ରତି ପଞ୍ଚାୟତରେ ଲାଗିଛି ଏଲିଡି । ଏହାବ୍ୟତୀତ ମଞ୍ଚସ୍ଥ ହେଉଛି ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ବିଭିନ୍ନ ନାଟକ, ଯାହା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଛି । ଏହା ପ୍ରତି ଜିଲ୍ଲାରେ ସନ୍ଧ୍ୟା ସାଢେ ୬ଟାରେ ପ୍ରଦର୍ଶୀତ ହେବ । ଏହାସହ ଶ୍ରୀକ୍ଷେତ୍ରରେ ମଧ୍ୟ ମହାପ୍ରଭୁଙ୍କ ମାହାତ୍ମ୍ୟକୁ ନେଇ ପରିବେଶିତ ହେବ ଲୋକପ୍ରିୟ ନାଟକ ‘ଆହେ ନୀଳଶଇଳ’ ।