ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ । ପ୍ରବଳ କୁହୁଡି ଯୋଗୁଁ ନିର୍ଗୁଣ୍ଡି-ଟାଙ୍ଗୀ ନିକଟରେ ଟ୍ରାକରୁ ଖସିଲା ଟ୍ରେନ୍ ।

690

କନକ ବ୍ୟୁରୋ : ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ । ପ୍ରବଳ କୁହୁଡି ଯୋଗୁଁ କଟକ ନିର୍ଗୁଣ୍ଡି-ଟାଙ୍ଗୀ ନିକଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଘନ କୁହୁଡି ପାଇଁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍‌ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସ୍‍ପ୍ରେସ୍‌ (ଟ୍ରେନ୍‌ ନମ୍ବର ୧୨୮୭୯) ଲାଇନ୍‌ଚ୍ୟୁତ ହୋଇଛି । ଦୁର୍ଘଟଣା ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ହଠାତ୍‌ କୌଣସି ଖବର ମିଳିନାହିଁ ।