କନକ ବ୍ୟୁରୋ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସୁନ୍ଦର ସଂଧ୍ୟାରେ ରଙ୍ଗୀନ ଆଲୁଅର ମଂଚ । ତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ... ଏ ଅବସର ହେଉଛି ତୃତୀୟ ପଦ୍ମପୁର ଲୋକ ମହୋତ୍ସବର । ବିଭିନ୍ନ ଗୀତ ବାଦ୍ୟର ତାଳେ ତାଳେ କମ୍ପୁଛି ପଦ୍ମପୁର ସହରର ଅଶୋକନଗର ପଡିଆ । ଏକାଠି ହୋଇଛନ୍ତି କଳା ଓ କଳକାର । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ମଂଚ ପାଖରେ ଅଟକାଇ ଦେଇଥିଲା ।

Advertisment

ଦ୍ୱିତୀୟ ସଂଧ୍ୟାରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ପଦ୍ମପୁର କନ୍ୟାଶ୍ରମର ଛାତ୍ରଛାତ୍ରୀ । ଏହାପରେ କୋଲକାତାର କଳାକାର ପରିବେଶଣ କରିଥିଲେ ବିହୁ, ଉତରାଖଣ୍ଡ ଗଡବାଲି ନୃତ୍ୟ ।.. .. ସେହିଭଳି ଗୁଜୁରାଟର ବ୍ରହ୍ମପୁରା ଦାଣ୍ଡିଆରାସ ଓ ଦେବକଳା ନୃତ୍ୟ ସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟରେ କମ୍ପିଥିଲା ମଂଚ ।

ନାଚ ସାଙ୍ଗକୁ ଲୋକଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । କଣ୍ଠଶିଳ୍ପୀ ରେଶ୍ମାରାଣୀ ଦାସ, ପ୍ରତ୍ୟୁଷ ମିଶ୍ର ଓ ଶ୍ରୀକାନ୍ତ ସା’ଙ୍କ ମନଛୁଆଁ ଲୋକ ଲୋକଗୀତରେ ଝୁମିଥିଲେ ଦେଖଣାହାରୀ ।

କୋଲକାତାର ବିହୁ, ସାଂସ୍କୃତିକ ସଂଧ୍ୟାକୁ ଉପଭୋଗ କରିବା ପରେ ବାଣିଜ୍ୟ ମେଳାରେ ଭିଡ ଲଗାଉଛନ୍ତି ଦର୍ଶକ । ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ ପାଇ କିଣାକିଣି ବି ବେଶ ଜମୁଛି  । ସ୍ଥାନୀୟ ଅଂଚଳର ସଂଷ୍କୃତି ଐ÷÷ତିହ୍ୟ ଓ ପରମ୍ପରାକୁ ବଂଚାଇ ରଖିବା ପାଇଁ ପଦ୍ମପୁର ଲୋକ ମହୋତ୍ସବ ଏକ ପ୍ରୟାସ ।