source : googleକେନ୍ଦ୍ର ଗୃହ ବ୍ୟାପାରା ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ଲୋକସଭାରେ ଆଜମ ଖାନଙ୍କ ଅଶାଳୀନ ଟିପ୍ପଣୀକୁ ବିରୋଧ କରି ବାଚସ୍ପତିଙ୍କୁ ଗୃହ ମୁଲତବୀ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ଓମ୍ ବିର୍ଲା ମନ୍ତ୍ରୀ ରେଡ୍ଡିଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରି କହିଥିଲେ ଗୃହକାର୍ଯ୍ୟ ଚାଲିଥିବା ସମୟରେ ବାଧ୍ୟତାମୂଳକ ଗୃହ ମୁଲତବୀ ଅନୁଚିତ୍। ବାଚସ୍ପତି ମଧ୍ୟ ଗୃହର ସମସ୍ତ ସଦସ୍ୟମାନଙ୍କୁ ଚେତାବନୀ ଦେଇ କହିଥିଲେ କୌଣସି ଆଲୋଚନାରେ ଭାଗ ନେବା ସମୟରେ କିମ୍ବା କୌଣସି ବ୍ୟକ୍ତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବା ସମୟରେ ସଠିକ୍ ଢଙ୍ଗରେ ନିଜକୁ ଉପସ୍ଥାପନ କରିବା ଉଚିତ୍। କୌଣସି ଅଶାଳୀନ କିମ୍ବା ଅପମାନଜନକ ଟିପ୍ପଣୀଠାରୁ ସଦସ୍ୟମାନେ ଦୂରେଇ ରହିବା ଉଚିତ୍ ବୋଲି ସେ କହିଥିଲେ।
source : googleସେହିପରି ଲୋକସଭାରେ ଶାସକ ଦଳ ନେତାମାନେ କୌଣସି ଫାଇଦା ନେବା ଉଚିତ୍ ନୁହେଁ ବୋଲି ବିର୍ଲା କହିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ନାଇଡ଼ୁ ମଧ୍ୟ ରାଜ୍ୟସଭା ସଦସ୍ୟମାନଙ୍କୁ ଏହି ସମାନ ବାର୍ତ୍ତା ପ୍ରଦାନ କରିଛନ୍ତି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଶ୍ମୀର ମଧ୍ୟସ୍ଥତା ଟିପ୍ପଣୀଠାରୁ ଆରମ୍ଭ କରି ଭିଡ଼ହିଂସା, କର୍ଣ୍ଣାଟକ ରାଜନୈତିକ ସଙ୍କଟ ଏବଂ ଅନ୍ୟ କେତେକ ପ୍ରସଙ୍ଗ ଉପରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରି ଗୃହକାର୍ଯ୍ୟ ରେ ବାଧା ସୃଷ୍ଟି କରିଥିଲେ।
Follow Us