ଲୋକସଭା ବାଚସ୍ପତି ଦୌଡ଼: ଚର୍ଚ୍ଚାରେ ଡି.ପୁରନ୍ଦେଶ୍ୱରୀଙ୍କ ନାଁ

80

କନକ ବ୍ୟୁରୋ: ଲୋକସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ତେଲେଗୁ ଦେଶମ ପାର୍ଟି ଉପରେ ନିର୍ଭରଶୀଳ ବିଜେପି ଏଥିପାଇଁ ଡି,ପୁରନ୍ଦେଶ୍ୱରୀଙ୍କ ନାଁ ଆଗକୁ ଆଣିଥିବା ସୂଚନା ମିଳିଛି । ଡି.ପୁରନ୍ଦେଶ୍ୱରୀ ହେଉଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ସର୍ମ୍ପକୀୟ । ବାଚସ୍ପତି ପଦ ପାଇଁ ପୁରୁନ୍ଦେଶ୍ୱରୀଙ୍କ ନାଁ ଆସିଲେ ଚନ୍ଦ୍ରବାବୁ ତାଙ୍କୁ ବିରୋଧ କରବେ ନାହିଁ । ଏହା ହେଲେ ବିଜେପି ବାଚସ୍ପତି ପଦବୀରେ ବସାଇବା ସହିତ ଚନ୍ଦ୍ରବାବୁଙ୍କୁ ଖୁସି କରିପାରିବ ।

ଅନ୍ୟପକ୍ଷରେ ନୂଆ ମନ୍ତ୍ରୀମଣ୍ଡଳରେ ବିଜେପି ବରିଷ୍ଠଙ୍କୁ ପୁଣି ବାଛିବା ସହିତ ତାଙ୍କୁ ପୁରୁଣା । ବିଭାଗ ଦେଇଛି । ଏହି ଦୃଷ୍ଟିରୁ ବର୍ତମାନର ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ପୁଣିଥରେ ଏହି ପଦବୀ ପାଇଁ ମନୋନୀତ କରାଯିବା ସମ୍ଭାବନା ସବୁଠୁ ଆଗରେ ରହିଛି । । ଗତ ୨୦ବର୍ଷ ମଧ୍ୟରେ ଓମ ବିର୍ଲା ଏକମାତ୍ର ବାଚସ୍ପତି ଯିଏ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓମବିର୍ଲା ନୂଆ ସଭ୍ୟମାନଙ୍କୁ ଆଲୋଚନରେ ଭାବନେବାକୁ ସବୁବେଳେ ସୁଯୋଗ ଦେଇ ଚର୍ଚ୍ଚାରେ ଥିଲେ ।

ଏହାଛଡା କଟକରୁ ୭ଥର ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବଙ୍କ ନାଁ ମଧ୍ୟ ବାଚସ୍ପତି ପଦବୀ ପାଇଁ ଚର୍ଚ୍ଚାରେ ରହିଛି । ବିରୋଧୀ ବିଜେଡିରେ ଥିଲେ ମଧ୍ୟ ଭର୍ତୁହରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭଲ ସର୍ମ୍ପକ ଥିଲା । ଏହାଛଡା ଗତ ଲୋକସଭା ତାଙ୍କୁ ଉପବାଚସ୍ପତି ପଦବୀ ଦେବାକୁ ପ୍ରଧାନମନ୍ତ୍ରୀ ଚାହିଁଥିଲେ । ଏବେ ବିଜେପିରୁ ନିର୍ବାଚିତ ଭର୍ତ୍ତୃହରି ଲୋକସଭାରେ ଦୀର୍ଘଦିନର ଅଭିଜ୍ଞଙ୍କୁ ପ୍ରଧାନମନ୍ତ୍ରୀ କାମରେ ଲଗାଇବାକୁ ଚାହିଁବେ ।

ଗତ ଲୋକସଭା କାର୍ଯ୍ୟକାଳ ପରମ୍ପରା ଅନୁସାରେ ଉପବାଚସ୍ପତି ପଦ ବିରୋଧୀଦଳକୁ ଦିଆଯାଇନଥିଲା । ଏପରିକି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ମଧ୍ୟ ଏହି ପଦବୀ ଖାଲିପଡିଥିଲା । ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ଉପବାଚସ୍ପତି ପଦବୀ ପାଇଁ ଦାବି କରିଛି । ନହେଲେ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀ ଦେବ ବୋଲି ସୂଚନା ଦେଇଛି ।ସେପଟେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ସଞ୍ଜୟ ରାଉତ ବାଚସ୍ପତି ପଦକୁ ନେଇ ବଡ ବୟାନ ଦେଇଛନ୍ତି । ଯଦି ଟିଡିପି ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ଦେବ ତାହେଲେ ଇଣ୍ଡିଆ ମେଂଟ ସମର୍ଥନ କରିବ ବୋଲି ଉଦ୍ଧବ ଗୋଷ୍ଠୀର ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି । ଏଥିସହ ବିଜେପି ବାଚସ୍ପତି ଆସନ ନିଜ ପାଖରେ ରଖିଲେ ସହଯୋଗୀ ଦଳ ଟିଡିପି ଏବଂ ଜେଡିୟୁକୁ ଭାଙ୍ଗିଦେବ ବୋଲି କହି ମାଇଣ୍ଡଗେମ୍ ଖେଳିଛନ୍ତି ସଂଜୟ ରାଉତ ।