ମଣିପୁର ମାମଲା: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସ୍ୱୀକୃତି

Advertisment
ମଣିପୁର ମାମଲା: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସ୍ୱୀକୃତି

କନକ ବ୍ୟୁରୋ: ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି। ଏହା ସହ ସବୁ ରାଜନୈତିକ ଦଳ ସହିତ ଆଲୋଚନା କରିବା ପରେ ନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ଅବଗତ କରାଇବାକୁ କହିଛନ୍ତି ବାଚସ୍ପତି ଓମ୍‌ ବିର୍ଲା ।

ଆଜି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି ଏହି ଅନାସ୍ଥା ପ୍ରସ୍ତାବ ଲୋଡ଼ି ନୋଟିସ୍‌ ଦାଖଲ କରିଥିଲେ। ଏହି ନୋଟିସକୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କ କାର୍ୟ୍ୟାଳୟରେ ଦାଖଲ କରିଥିଲେ। ସେହିପରି, ‘ଭାରତ ରାଷ୍ଟ୍ର ସମିତି’ ଫ୍ଲୋର୍‌ ଲିଡର୍‌ ନାଗେଶ୍ୱର ରାଓ ଅନାସ୍ଥା ପ୍ରସ୍ତାବ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍‌ ନୋଟିସ୍‌ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe