ଅରୁଣାଚଳ ପ୍ରଦେଶର ଆଲୋ ନିର୍ବାଚନ ରାଲିରେ ସମ୍ବୋନ୍ଧିତ କରି ପିଏମ୍ ମୋଦି କହିଛନ୍ତି , ବିକାଶର ଡବଲ୍ ଇଞ୍ଜନ୍ ପାଇଁ ମିଳୁଥିବା ଆଶିର୍ବାଦକୁ ମୁଁ ମୋ ମୁଣ୍ଡ ଉପରେ ରଖୁଛି । ଗତ ୫ ବର୍ଷରେ ନୂଆ ଭାରତର ନୂଆ ଉନ୍ନତି ପାଇଁ ପ୍ରୟାସ କରୁଛି । ମୋଦି କଂଗ୍ରେସ ଉପରେ ପ୍ରହାର କରି କହିଥିଲେ, ପ୍ରଥମେ ନାମୀ ପରିବାର ଏବଂ ଏଠାରେ ଥିବା ତାଙ୍କର ରାଜଦରବାରୀ ଶାସନକୁ ମଜବୁ୍ତ କରୁଥିଲେ । ଯାହାଙ୍କୁ ଆପଣଙ୍କ ଭଲ ଅପେକ୍ଷା ନିଜକୁ ମଲେଇ ଖାଇବାର ଅଧିକ ଚିନ୍ତା ଥିଲା । କିନ୍ତୁ ଆମେ ଆପଣଙ୍କ ଭଲ ପାଇଁ କାମ କରିଆସୁଛୁ ।
ସେପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗର ସିଟ୍ ପାଇଁ ଆଜି ନାମାଙ୍କନ ଦାଖଲ ପାଇଁ ବାହାରି ସାରିଛନ୍ତି । ଏହି ସମୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ,ଏଲପିଜି ପ୍ରମୁଖ ରାମବିଳାସ ପାସୱାନ୍ , ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଦି ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/images_1518087714705_narendra-modi.jpg)
/kanak/media/post_attachments/wp-content/uploads/2019/03/b3a19d16ea5a9e7c38241666946e4f93-300x169.jpg)