କନକ ବ୍ୟୁରୋ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ଦୁଇ ତୃତୀୟାଂଶ ବହୁମତରେ ବିଲ୍ ପାସ୍ ହେଲା । ନାରୀଶକ୍ତି ବନ୍ଦନ ଅଧିନିୟମ ଲୋକସଭାରେ ପାରିତ ହୋଇଛି । ମହିଳା ସଂରକ୍ଷଣ ବିଲ ସପକ୍ଷରେ ୪୫୪ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଛି ୨ ଭୋଟ୍ ।

Advertisment

ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ ହେବା ପରେ ବୁଧବାର ଗୃହରେ ତର୍କବିତର୍କ ହୋଇଥିଲା । ଉଭୟ ସରକାର ଓ ବିରୋଧୀ ବିଲ ଉପରେ ମତାମତ ରଖିବା ସହ ନିଜର ଯୁକ୍ତି ରଖିଥିଲେ । ଆଲୋଚନାରେ ଭାଗ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଥିଲେ ଏହା ମୋ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ।