ଦୁର୍ଘଟଣାସ୍ଥଳରେ ଲୋକସଭାର ବିରୋଧୀ ଦଳ ନେତା । କରିବେ ସ୍ଥିତିର ଅନୁଧ୍ୟାନ

304

କନକ ବ୍ୟୁରୋ : ଘଟଣାସ୍ଥଳରେ ପହଞ୍ଚିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ । ବାହାନଗାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ଅଧିର ରଞ୍ଜନ ଚୌଧୁରୀ । ଅଧିରଙ୍କ ସହ ରାଜ୍ୟପ୍ରଭାରି ଚେଲାକୁମାର, ଓ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ତୁରନ୍ତ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ।

 ସେହିପରି, ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଆବଶ୍ୟକତା ନେଇ ଆଲୋଚନା କରିବେ । ବାଲେଶ୍ୱରରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଏହା ସହ କଟକ ଏସସିବି ମଧ୍ୟ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଗତକାଲି ବାହାନଗା ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ । ତୁରନ୍ତ ଆହତଙ୍କ କଥା ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।