ମୋଦି ସରକାର-୨ର ପ୍ରଥମ ବଜେଟ୍ ଅଧିବେଶନ ଆଜି : ତିନି ତଲାକ୍, ନାଗରିକ ସଂଶୋଧନ ଭଳି ଅନେକ ଗୁୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରହିବ ନଜର

Advertisment
ମୋଦି ସରକାର-୨ର ପ୍ରଥମ ବଜେଟ୍ ଅଧିବେଶନ ଆଜି : ତିନି ତଲାକ୍, ନାଗରିକ ସଂଶୋଧନ ଭଳି ଅନେକ ଗୁୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରହିବ ନଜର

source : India Today

କନକ ବ୍ୟୁରୋ : ୧୭ତମ ଲୋକସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଜେଟ୍ ଅଧିବେଶନକୁ ସୁରୁଖରୁରେ ଚଳାଇବା ଏବଂ ଗଠନମୂଳକ ବିତର୍କ ପାଇଁ ସରକାର ସବୁ ଦଳର ସହାୟତା ଲୋଡ଼ିଛନ୍ତି। ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ବିଲ ଗୁଡ଼ିକୁ ଗୃହୀତ କରାଇବା ପାଇଁ ସରକାର ସହଯୋଗ କାମନା କରିଛନ୍ତି।

publive-image

ସୂଚନାଯୋଗ୍ୟ ରାଜ୍ୟସଭାରେ ଏନଡିଏର ସଂଖ୍ୟାଗରିଷ୍ଠତା ନାହିଁ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଟିଏମସି ନେତା ଡେରେକ୍ ଓବ୍ରେନ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଏନସିପି ନେତା ସୁପ୍ରିୟା ସୁଲେ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ସମେତ ଅନୁପ୍ରିୟା ପଟେଲ, ଅଧିରଂଜନ ଚୌଧୁରୀ, ରାମଗୋପାଳ ଯାଦବ, ଡି. ରାଜା. ସଂଜୟ ସିଂହ, ଟିଆର୍.ବାଲୁ ପ୍ରମୁଖ ଉପସ୍ଥିତ ଥିଲେ। ଲୋକସଭାରେ ଏନଡିଏ ନିକଟରେ ୫୪୩ରୁ ୩୫୩ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ୨୪୫ରୁ ୧୦୨ ସଦସ୍ୟ ଏନଡିଏର ଅଛନ୍ତି। ଏଥର ସଂସଦରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିବ ଏବଂ ସେମାନଙ୍କଠାରୁ ନୂତନ ଚିନ୍ତନର ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବୈଠକରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଦେଶରେ ଦେଖାଦେଇଥିବା କୃଷି ସଙ୍କଟ, ମରୁଡ଼ି ଏବଂ ବେକାରୀ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକ ପରେ କଂଗ୍ରେସ ନେତା ଗୁଲାମନବୀ କହିଛନ୍ତି ଯେ, ସରକାରଙ୍କ ସବୁ ବିଲକୁ ଆମେ ବିରୋଧ କରୁନାହୁଁ। କୃଷକଙ୍କ ସମସ୍ୟା ଏବଂ ବେକାରୀ ପ୍ରସଙ୍ଗରେ ଅଧିକ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର-ରାଜ୍ୟ ସଂପର୍କ ଏବଂ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ପାଇଁ ବୈଠକରେ ଟିଏମସି ନେତା ଡେରେକ୍ ଓବ୍ରେନ୍ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe