କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏକ ନିର୍ବାଚନି ରାଲି ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ମହାମେଂଟର ନିର୍ବାଚନି ପ୍ରଚାର ପାଇଁ ନେତାମାନେ ବିଭିନ୍ନ ସ୍ଥାନରେ ସଭା କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ନେତାଙ୍କ ପ୍ରଚାର ସମୟରେ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକ ଜମା ମଧ୍ୟ ହୋଇଥିଲେ । ତେବେ ହଠାତ କଡା ସୁରକ୍ଷା ବଳୟ ମଧ୍ୟକୁ ପ୍ରବେଶ କରିଥିଲା ଏକ ଷଣ୍ଢ । ଏହାପରେ ଲୋକମାନେ ଇତସ୍ତତ ଭାବରେ ଦୌଡିବାରେ ଲାଗିଥିଲେ । ଏପରି ପରିସ୍ଥିତିରେ ସେହି ଷଣ୍ଢକୁ ଧରିବାକୁ ଯାଇ ୨ ଯବାନ ଆହତ ହୋଇଥିବା କଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।
#WATCH A stray bull created ruckus ahead of SP-BSP-RLD rally in Kannauj today;Akhilesh Yadav later said in his speech,"prashashan Hardoi ke baad tayaar to raho ye kahin bhi aa jaayenge shikayat lekar. Unhe laga shayad Hardoi waala helicopter aane waala h,shikhayat karne aaya tha" pic.twitter.com/VL9KobzFXp
— ANI UP (@ANINewsUP) April 25, 2019
ଉତ୍ତରପ୍ରଦେଶରେ ଏକ ନିର୍ବାଚନି ରାଲି ସମୟରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର ଭିଡ ମଧ୍ୟରେ ଷଣ୍ଢ ପଶିଯାଇ କିଛି ସମୟ ପର୍ଯ୍ୟନ୍ତ ଏପରି ଉତ୍ପାତ କରିଥିଲା ଯେ, ଲୋକମାନେ ହଠାତ କଣ କରିବେ ତାହା ଚିନ୍ତା ମଧ୍ୟ କରିପାରିନଥିଲେ । ଏତେ ଭିଡ ମଧ୍ୟରେ ଲୋକ ଦୌଡିବା କାରଣରୁ ଅନେକ ଆହତ ମଧ୍ୟ ହୋଇଥିଲେ । ତେବେ ଏହି ସମୟରେ ମଂଚ ଉପରେ ଅଖିଳେଶ ମଧ୍ୟ ଉପସ୍ଥିତ ଥିଲେ । ଷଣ୍ଢ କାବୁ ହେବା ପରେ ପୁଣି ନିର୍ବାଚନି ସଭା ଆରମ୍ଭ ହୋଇଥିଲା । କିନ୍ତୁ ଏହାପରେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ କରାଯାଇଛି । ଅଖିଳେଶ କହିଛନ୍ତି ଯେ, ୨୧ ମାସରେ ଆମେ ମାନେ ଏକ୍ସପ୍ରେସ ରାସ୍ତା ନିର୍ମାଣ କରିଥିଲୁ । ହେଲେ କିନ୍ତୁ ଜନତା ଏବେ ୫ କୋଟି ଜୀବଙ୍କ ପାଇଁ ଚିନ୍ତିତ ଅଛନ୍ତି । ଯଦି ସରକାର ନିର୍ବାଚନି କାର୍ଯ୍ୟକ୍ରମରେ ଷେଣ୍ଢର ପ୍ରବେଶ ଉପରେ ଲଗାମ ଲଗାଇପାରୁନାହାନ୍ତି ତେବେ ଗରିବ ଚାଷୀଙ୍କ ଏଥିପାଇଁ କେତେ ହଇରାଣ ହେଉଥିବେ ତାହା ସ୍ପଷ୍ଟ ଅନୁମେୟ ବୋଲି ଅଖିଳେଶ କହିଛନ୍ତି ।