ଲୋକସଭା ନିର୍ବାଚନ ୨୦୧୯ ର ତୃତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ୧୫ ଟି ରାଜ୍ୟ ଏବଂ ୧୧୭ ଟି ସିଟରେ ଆଜି ଭୋଟ୍ ପଡିବ । ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ରାଜନେତାଙ୍କ ଭାଗ୍ୟ ଆଜି ଜନତା ଜନାର୍ଦ୍ଦନଙ୍କ ଅଙ୍ଗୁଳି ଟିପରେ ରହିଛି । ଏହି ଚରଣରେ ପ୍ରଧାନମନ୍ତ୍ରୀ ମୋଦି , ଅମିତ୍ ଶାହ ଏବଂ ଲାଲକୃଷ୍ଣ ଆଡଭାନୀ ଏବଂ ଅର୍ଥର୍ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ସବୁ ଭୋଟ୍ ଦେବା ପାଇଁ ବାହାରିଲେଣି । ତେବେ ଭୋଟ୍ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ପହଂଚି ମା’ଙ୍କ ଆଶୀର୍ବାଦ ନେଇଛନ୍ତି ଏବଂ ମା’ଙ୍କ ଆଶୀର୍ବାଦ ନେଇ ସେ ମତଦାନ ଦେବାକୁ ଅହମ୍ମଦାବାଦ ପହଂଚି ସାରିଛନ୍ତି । ସେ ଅହମ୍ମଦାବାଦର ନିଶାନ୍ ସ୍କୁଲରେ ମତଦାନ କରିବେ ।
Gujarat: Prime Minister Narendra Modi met his mother at her residence in Gandhinagar today. He will cast his vote in Ahmedabad, shortly. pic.twitter.com/CUncTSpBTt
— ANI (@ANI) April 23, 2019
ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଅନେକ ନେତା ମତଦାନ କରିବେ । ସେପଟେ ପୋଲିଙ୍ଗ୍ ବୁଥରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ପହଂଚି ସାରିଛନ୍ତି ।
Gujarat: BJP President and party's candidate from Gandhinagar Parliamentary constituency Amit Shah, near the polling booth at Nishan Higher Secondary School in Ranip, Ahmedabad. PM Narendra Modi will cast his vote at the polling booth, shortly. #LokSabhaElections2019pic.twitter.com/rSn96OTbiJ
— ANI (@ANI) April 23, 2019