ଆଜି ହେଉଛି ଲୋକସଭା ନିର୍ବାଚନ ୨୦୧୯ ର ଦ୍ୱିତୀୟ ମତଦାନ ପର୍ଯ୍ୟାୟ । ଗୁରୁବାର ରାଜ୍ୟର ୧୨ ଟି ରାଜ୍ୟ ଏବଂ ୯୫ ଟି ଲୋକସଭା ସିଟରେ ଭୋଟିଙ୍ଗ୍ ହେବାକୁ ଯାଉଛି । ତେବେ ନିର୍ବାଚନର ପ୍ରଥମ ଚରଣ ଭଳି ଦ୍ୱିତୀୟ ଚରଣରେ ବି ଜାଲିଆତିରେ ଭୋଟିଙ୍ଗ୍ ହେଉଥିବା ଖବର ସାମ୍ନାକୁ ଆସିଛି । ବିଜେପି ସାଂସଦ କୁଅଁର ସିଂହ ତୱର ଅଭିଯୋଗ ଆଣିଛନ୍ତି ଯେ ବୁର୍ଖା ପିନ୍ଧି ଜାଲିଆତି କରାଯାଉଛି । ଏହି ଅଭିଯୋଗ ସେ ଡିଏମ୍ ଙ୍କ ଆଗରେ କହିଛନ୍ତି । କୁଅଁର ସିଂହ ତୱର ଅମରୋହା ବିଜେପି ସାଂସଦ ରହିଛନ୍ତି ଏବଂ ଆଉ ଥରେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ଜଣେ ବ୍ୟକ୍ତି ବୁର୍ଖା ପିନ୍ଧି ନୋଗାଓଁ ରେ ମତଦାନ କରୁଥିଲେ । ଯାହାକୁ ପୋଲିସ୍ ଧରିନେଇଛି । ସାଂସଦ କହିଛନ୍ତି ଅମରୋହାରେ ୧୦୦ ଟି ବୁଥ୍ ରହିଛି । ଯେଉଁଠାରେ ତାଙ୍କ ପୋଲିଙ୍ଗ୍ ଏଜେଣ୍ଟ୍ ନାହାନ୍ତି । ସେଠାରୁ ତାଙ୍କ ଏଜେଣ୍ଟଙ୍କୁ ବାହାର କରି ଏବେ ସେଠାରେ ଜାଲିଆତିରେ ଭୋଟ୍ ଦିଆଯାଉଛି । ତେବେ ଏହି ଘଟଣାକୁ ନେଇ ସାଂସଦ ଅଭିଯୋଗ କରିଛନ୍ତି ।
ତେବେ ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ୧୧ ଏପ୍ରିଲ୍ ରେ ନିର୍ବାଚନର ପ୍ରଥମ ଚରଣ ପାଇଁ ମତଦାନ ହେବା ସମୟରେ ୟୁପିର ମୁଜାଫରନଗରରେ ବିଜେପି ନେତା ସଂଜୀବ ବଲିୟାନ୍ ମଧ୍ୟ ଏହିଭଳି ଅଭିଯୋଗ ଲଗାଇଥିଲେ । ସେ ମଧ୍ୟ ବୁର୍ଖାରେ ଜାଲିଆତି ହେଉଥିବା କଥା କହିଥିଲେ । ଯାହାପରେ ଏହାର ଜାଞ୍ଚ୍ ମଧ୍ୟ ହୋଇଥିଲା । କିନ୍ତୁ ନିର୍ବାଚନ ଆୟୋଗଙ୍କ ତରଫରୁ ଏହାକୁ ନିରାଧାର ବୋଲି କୁହାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/ajmer_20150817_600_855.jpg)
/kanak/media/post_attachments/wp-content/uploads/2019/04/kanwar_1555563232_618x347-300x168.jpeg)
/kanak/media/post_attachments/wp-content/uploads/2019/04/Assembly-Elections22_20141015_600_855-300x200.jpg)