ମଞ୍ଚ ଉପରେ ଭାଷଣ ଦେଉଥିଲେ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲ ! ମଞ୍ଚକୁ ଆସି ଚାପୁଡା ମାରିଲେ ବ୍ୟକ୍ତି ।

361

ବିଜେପି ପ୍ରବକ୍ତା ଜିବିଏଲ୍ ନରସିହ୍ମା ରାଓଙ୍କ ଉପରେ ଗତକାଲି ଜୋତା ଫୋପାଡିବା ଘଟଣା ପରେ ଆଜି ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କ ଉପରେ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି । କୁହାଯାଉଛି କି ଏହି ଘଟଣା ସୁରେନ୍ଦ୍ରନଗର ବଢୱାନ୍ ରେ ହୋଇଛି । ସଭାରେ ଉପସ୍ଥିତ ଥିବା ଲୋକ ଉକ୍ତ ବ୍ୟକ୍ତିଙ୍କୁ ଧୁମ୍ ପିଟିଥିବାର ମଧ୍ୟ ଖବର ଆସୁଛି । ପୋଲିସ୍ ଉକ୍ତ ବ୍ୟକ୍ତିଙ୍କୁ ବହୁ କଷ୍ଟରେ ଭିଡ ଭିତରୁ ବଚାଂଇଥିଲେ । ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କୁ ଚାପୁଡା ମାରୁଥିବା ଭିଡିଓ ଏବେ ଝଡ ଭଳି ଭାଇରାଲ୍ ହେବାକୁ ଲାଗିଛି । ଭିଡିଓରେ ହାର୍ଦ୍ଦିକ୍ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ଉକ୍ତ ବ୍ୟକ୍ତିିଜଣକ ମଞ୍ଚ ଉପରକୁ ଆସି ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ । ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଲୋକମାନେ ବ୍ୟକ୍ତି ଜଣକୁ ଧରି ନେଇଥିଲେ ଏବଂ ଖୁବ୍ ଜୋରରେ ପିଟିବା ଆରମ୍ଭ କରି ଦେଇଥିଲେ । ପୋଲିସ୍ ବ୍ୟକ୍ତିଜଣଙ୍କୁ ବଂଚାଇ ହସ୍ପିଟାଲ୍ ନେଇ ଯାଇଥିଲେ । ବର୍ତ୍ତମାନ ପୋଲିସ୍ ଏହି ମାମଲାର ଜାଞ୍ଚ୍ କରୁଛି । ଚାପୁଡା ଖାଇବା ପରେ ହାର୍ଦ୍ଦିକ୍ କହିଥିଲେ , ବିଜେପି ବାଲା ମୋତେ ମାରିବାକୁ ଚାହୁଁଛନ୍ତି । ଏହି ଦଳର ଲୋକ ମୋ ଉପରକୁ ଆକ୍ରମଣ କରାଉଛନ୍ତି । କିନ୍ତୁ ଆମେ ଚୁପ୍ ବସିବୁ ନାହିଁ ।

ଏହା ପୂର୍ବରୁ ପଞ୍ଚମହଲା ଲୋକସଭା କ୍ଷେତ୍ରରେ ଜନସଭାକୁ ସଂବୋଧିତ କରୁଥିବା ସମୟରେ ହାର୍ଦ୍ଦିକ୍ ପଟେଲ କହିଥିଲେ ଯେ ଜିଲ୍ଳାର ଯୁବକ ବିଜେପିଠାରୁ ରୋଜଗାର ନାଁରେ ଠକାମିର ଅନୁଭବ କରୁଛି । ଯୁବକ କହୁଛନ୍ତି ଯେ ଆମେ କିଛି କହୁନାହୁଁ କେବଳ ଭଲ ଏବଂ ଶସ୍ତା ଶିକ୍ଷା,ସମ୍ମାନ ଏବଂ ରୋଜଗାର ଆମକୁ ଦେଇଦିଅନ୍ତୁ । କିନ୍ତୁ ବିଜେପି ସରକାର ଏହା ଦେବାକୁ ଅସଫଳ ରହିଥିଲେ । ମୋତେ ଭରସା ଅଛି ଯେ ଏଥର ଉତ୍ତର ଗୁଜୁରାଟର ସବୁ ଲୋକସଭା ସିଟରୁ କଂଗ୍ରେସ ହିଁ ଜିତିବ ।