ମହାରାଷ୍ଟ୍ରରେ ‘ଇଣ୍ଡିଆ’ ମେଣ୍ଟ ଭିତରେ ହେଲା ଆସନ ବୁଝାମଣା । ଜାଣନ୍ତୁ କିଏ କେତୋଟି ଆସନରେ ଲଢିବେ ଲୋକସଭା ନିର୍ବାଚନ

172

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟ ମହାରାଷ୍ଟ୍ରରେ ଆସନ ବୁଝାମଣା କରିଛି । ଗୁରୁବାର ଦିନ ମେଣ୍ଟର ବରିଷ୍ଠ ନେତା ଶରଦ ପାୱାରଙ୍କ ବାସଭବନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ବୁଝାମଣା ହୋଇଛି । ଏହି କ୍ରମରେ ୪୮ ଲୋକସଭା ଆସନ ବିଶିଷ୍ଠ ମହାରାଷ୍ଟ୍ରରେ କଂଗ୍ରେସ ଏକ ତୃତୀୟାଂଶ ଆସନରେ ପ୍ରାର୍ଥୀ ଦେବ । ମେଣ୍ଟରେ ସବୁଠାରୁ ଅଧିକ ଆସନ ଶିବସେନା (ଉଦ୍ଧବ ଗୋଷ୍ଠୀ) କୁ ଦିଆଯାଇଛି ।

ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ମୁତାବକ ମହାରାଷ୍ଟ୍ରରେ ଶିବସେନା (ଉଦ୍ଧବ ଗୋଷ୍ଠୀ) ୨୧ ଆସନରେ ନିର୍ବାଚନ ଲଢିବ । ଏହାସହ ଶରଦ ପାୱାରଙ୍କ ଏନସିପି ୯ ଟି ଆସନ, କଂଗ୍ରେସ ୧୫ ଓ ସହଯୋଗୀ ଦଳ ୩ଟି ଆସନରେ ଲୋକସଭା ନିର୍ବାଚନ ଲଢିବେ ।