କନକ ବ୍ୟୁରୋ : ହରିଆଣାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । କାରଣ ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣାରେ ସବୁଠାରୁ ଅଧିକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି । ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି । ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ବୁଧବାର ଦିନ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଆଲୋଚନା ହେଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ମାଧ୍ୟମରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି । ଜଗଦୀଶ ଯାଦବ ପ୍ରଥମେ ନିଜ ସମର୍ଥକଙ୍କ ସହ ରାଜ୍ୟସଭା ସାଂସଦ ଦିପେନ୍ଦ୍ର ସିଂ ହୁଡ୍ଡାଙ୍କ ବାସଭବନରେ ପହଂଚିବେ । ଏହାପରେ ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଓ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି ।
ଜଗଦୀଶ ଯାଦବ ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ ରେବାଡି ଜିଲ୍ଲାର କୋସଲୀ ବିଧାନସଭା ଆସନର ସମୀକରଣ ବଦଳି ପାରେ । କାରଣ କୋସଲୀ ବିଧାନସଭା ଆସନରେ ଜଗଦୀଶଙ୍କର ଭଲ ପ୍ରଭାବ ରହିଛି । ଜଗଦୀଶ ଯାଦବ ବଂଶୀଲାଲଙ୍କ ସରକାରରେ ୧୯୯୬ ମସିହାରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୧୯ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ହେଲେ ୨୦୧୯ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ହେଲେ ସେ ବିଜେପିରେ ରହିଥିଲେ । ହେଲେ କିଛିଦିନ ହେବ ସେ ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ସହ ସଂପର୍କରେ ଥିଲେ । ଏବେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସୂଚନା ମୁତାବକ ସେ କଂଗ୍ରେସରେ ଯୋଗ ଦେଉଛନ୍ତି ।