କାହିଁକି ବାରାଣାସୀରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିଲେନି ପ୍ରିୟଙ୍କା ଗାନ୍ଧୀ ? ପ୍ରଶ୍ନର ଉତ୍ତର ରଖିଲେ କଂଗ୍ରେସ ମହାସଚିବ

397

ଉତ୍ତରପ୍ରଦେଶ ବାରାଣାସୀ ଲୋକସଭା ସିଟ୍ ରୁ ନିର୍ବାଚନ ନ ଲଢିବାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଥମଥର ପାଇଁ ବୟାନ୍ ଦେଇଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ତାଙ୍କ ଉପରେ ଉତ୍ତରପ୍ରଦେଶରେ ପ୍ରଚାରର ଦାୟିତ୍ୱ ରହିଛି । ଗୋଟିଏ ନୁହଁ ୪୧ ଟି ସିଟ୍ ରୁ ପାର୍ଟିକୁ ଜିତାଇବା ପାଇଁ ଦାୟିତ୍ୱ ରହିଛି । ଗୋଟିଏ ସ୍ଥାନରେ ରହି ନିର୍ବାଚନ ଲଢିଥିଲେ ଏ ସବୁ ସମ୍ଭବ ହୋଇପାରିନଥାନ୍ତା । ଆପଣଙ୍କୁ କହିରଖୁଛୁ କି ମାର୍ଚ୍ଚ ୨୮ ତାରିଖରେ ରାୟବରେଲୀରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବା ପାଇଁ ପହଂଚିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ଯେତେବେଳେ କାର୍ଯ୍ୟକର୍ତ୍ତାମାନେ ନିର୍ବାଚନ ଲଢିବା ପାଇଁ କହିଥିଲେ ସେ କାର୍ଯ୍ୟକର୍ତ୍ତାଙ୍କୁ ପଚାରିଥିଲେ ବାରାଣାସୀରୁ ନିର୍ବାଚନ ଲଢିବି କି?

ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଭିତରେ ସମ୍ପୁର୍ଣ୍ଣ କଥାବାର୍ତ୍ତା ଅନୌପଚାରିକ ଭାବରେ ଥିଲା । ପ୍ରିୟଙ୍କାଙ୍କ ଏହି ବୟାନ ପରେ ରାଜନୀତିରେ ଏହି କଥାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଆପଣଙ୍କୁ କହିରଖୁଛୁ ବାରାଣାସୀ ଲୋକସଭା ସିଟ୍ ଦେଶର ସବୁଠାରୁ ବଡ ଭିଭିଆଇପି ସିଟ୍ ମଧ୍ୟରୁ ଗୋଟିଏ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ରେ ଏଠାରୁ ଜିତି ସଂସଦ ପହଂଚିଥିଲେ ଏବଂ ୨୦୧୯ ରେ ମଧ୍ୟ ସେ ପୁଣିଥରେ ଏଠାରୁ ଲଢି ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । ତେବେ ପ୍ରିୟଙ୍କାଙ୍କ ବାରାଣାସୀରୁ ନିର୍ବାଚନ ଲଢିବାରେ ସେତେବେଳେ ବିରାମ ଲାଗିଥିଲା ଯେତେବେଳେ ଏପ୍ରିଲ୍ ୨୫ ତାରିଖରେ ଅଜୟ ରାୟଙ୍କୁ ଏଠାରୁ ଟିକଟ୍ ମିଳିଥିଲା ।

ବାରାଣାସୀରେ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ପ୍ରିୟଙ୍କାଙ୍କର ହିଁ ଥିଲା :

କଂଗ୍ରେସ ନେତା ସାମ୍ ପିତ୍ରୋଡା ପ୍ରିୟଙ୍କା ଗାନ୍ଧୀଙ୍କ ବାରାଣାସୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବାର କଥା ରଖିଥିଲେ । ସେ କହିଥିଲେ ବାରାଣାସୀରୁ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ଖୋଦ୍ ପ୍ରିୟଙ୍କା ଗାନ୍ଧୀଙ୍କ ଥିଲା । ସେ ହୃଦୟଙ୍ଗମ କରିଥିଲେ ଯେ ତାଙ୍କ ପାଖରେ ଅନେକ ପ୍ରକାରର ଦାୟିତ୍ୱ ରହିଛି । ଗୋଟିଏ ସିଟ୍ ଉପରେ ଧ୍ୟାନ ଦେବା ବଦଳରେ ସେ ନିଜ ହାତରେ ଯେଉଁ ଦାୟିତ୍ୱ ନେଇ ରଖିଛନ୍ତି ତାହା ଉପରେ ଫୋକସ୍ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ।