ଅଯୋଧ୍ୟାରେ ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ମହାସଚିବ ! କହିଲେ,ବିରିଆନୀ ଖାଇବାକୁ ପାକିସ୍ତାନ ଯାଇଥିଲେ ମୋଦି ।

129

ଲୋକସଭା ନିର୍ବାଚନରେ ପଡୋଶୀ ଦେଶ ପାକିସ୍ତାନର ବ୍ୟବହାର ମଧ୍ୟ ଆଗକୁ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ୍ ରେ କରାଯାଇଥିବା ଏୟାରଷ୍ଟ୍ରାଇକକୁ ନେଇ କହିଥିବା ବୟାନରେ କଂଗ୍ରେସ ସମେତ ବିପକ୍ଷ ଦଳର ନେତାଙ୍କ ଉପରେ ପାକ୍ ର ସପକ୍ଷ ନେବାର ଆରୋପ ଲଗାଇଛନ୍ତି । ଅନ୍ୟପକ୍ଷରେ ବିରୋଧି ଦଳର ନେତାଙ୍କ ଉପରେ ପାକ୍ ର ପକ୍ଷ ନେବାର ମଧ୍ୟ ଅଭିଯୋଗ ଲାଗିଛି । ତେଣୁ ବିରୋଧି ପାର୍ଟି ମଧ୍ୟ ଏହାର ପାଲଟା ଜବାବ୍ ଦେଉଛନ୍ତି ।

ଶୁକ୍ରବାର ଅଯୋଧ୍ୟା (ଫେଜାବାଦ୍) ପହଂଚିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ସେ କହିଥିଲେ,“ପିଏମ୍ ମୋଦି ପାକିସ୍ତାନ ବିରିଆନୀ ଖାଇବାକୁ ଯାଇଥିଲେ ।” ପ୍ରିୟଙ୍କା କହିଥିଲେ ଯେ ବିଜେପି କହୁଛି କଂଗ୍ରେସ ଜିତିଲେ ପାକିସ୍ତାନରେ ଖୁସି ମନାଯିବ । କିନ୍ତୁ ପ୍ରଧାନମନ୍ତ୍ରୀ ହିଁ ୨୦୧୫ ଡିସେମ୍ବର ମାସରେ ହଠାତ୍ ପାକିସ୍ତାନ ଯାଇଥିଲେ ଏବଂ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଥିଲେ ।