ଦଳ ଭିତରେ ମୋଦିଙ୍କ ଉପରେ ରାଗନ୍ତି ଜଣେ ନେତା । ଇନ୍ଦୋର ରାଲିରେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ନିଜେ ଖୁଲାସା କଲେ ମୋଦି

ଦେଶରେ ଚାଲିଛି ସାଧାରଣ ନିର୍ବାଚନ

478

କନକ ବ୍ୟୁରୋ : ଦେଶରେ ଚାଲିଛି ସାଧାରଣ ନିର୍ବାଚନ । ନିଜ ଦଳକୁ ଜିତିବା ପାଇଁ ସବୁ ଦଳର ତୁଙ୍ଗ ନେତାମାନେ ବିଭିନ୍ନ ସ୍ଥାନରେ ସଭା ଓ ରାଲି କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଲି ସହ ସାଧାରଣ ସଭାରେ ଉଦବୋଧନ ଦେଉଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ଲୋକସଭା ଲାଗି ନିଜ ଦଳର ପ୍ରଚାର କାର୍ଯ୍ୟକ୍ରମରେ ଇନ୍ଦୋରଠାରେ ପହଞ୍ଚି ଥିଲେ ମୋଦି । ଏହି ସଭାରେ ମୋଦି ଉପସ୍ଥିତ ଥିବା ଜନତାଙ୍କୁ ସମ୍ବୋଧନ କରିବା ସମୟରେ ଦଳ ଓ ନିଜ ସମ୍ପର୍କରେ କିଛି ଖୁଲାସା କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ଧରିଛି ।

Hindustan Times

ମୋଦି କହିଥିଲେ ଯେ, କେବଳ ଦଳ ଭିତରେ ମତେ ଜଣେ ନେତା ରାଗିପାରନ୍ତି । ଆପଣମାନେ ସମସ୍ତେ ମତେ କେବଳ ଜଣେ ପ୍ରଧାନମନ୍ତ୍ରୀ ଭାବରେ ଦେଖୁଛନ୍ତି । ହେଲେ ଦଳ ଭିତରେ ମତେ ବି ଜଣେ ରାଗନ୍ତି । ଏହାର ଖୁଲାସାରେ ସେ କହିଛନ୍ତି ଯେ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମତେ କେବଳ ରାଗିପାରନ୍ତି । ସୁମିତ୍ରା ମହାଜନଙ୍କୁ ତାଇ ବୋଲି ସମ୍ବୋଧନ କରୁଥିବା ମୋଦୀଙ୍କ କହିବା ଅନୁଯାୟୀ, ଲୋକସଭା ବାଚସ୍ପତି ଭାବରେ ତାଇ ବଡ଼ କୁଶଳତା ଏବଂ ଧ୍ୟୈର୍ଯ୍ୟର ସହ ନିଜର କାର୍ଯ୍ୟ କରିଥିଲେ ।

ଯେଉଁଥି ପାଇଁ ଆଜି ସେ ଲୋକମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଆପଣମାନେ ମୋତେ ପ୍ରଧାନମନ୍ତ୍ରୀ ଭାବରେ ସମ୍ମାନ ଦେଉଛନ୍ତି । କିନ୍ତୁ ଯଦି ମୋତେ କିଏ ରାଗିବାର ସାହାସ ରଖେ, ସେ ହେଉଛନ୍ତି ତାଇ । ମୁଁ ଏବଂ ତାଇ ବିଜେପିକୁ ଗଠନ କରିବା ପାଇଁ ସାଥୀରେ କାମ ଆରମ୍ଭ କରିଥିଲୁ । ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି, ଇନ୍ଦୋର ପାଇଁ ତାଇ ଯାହା ବି ସ୍ୱପ୍ନ ଦେଖିଥିଲେ, ତାହାକୁ ମୁଁ ପୂରା କରିବି ।