ଇଭିଏମ ଉପରେ ନଜର ରଖିବା ପାଇଁ କର୍ମୀଙ୍କ ଅଭିନବ ପ୍ରୟାସ । ଷ୍ଟ୍ରଙ୍ଗରୁମ ଆଗରେ ତମ୍ବୁ ଓ କ୍ୟାମେରା ଲଗାଇ ବସିଲେ ସପା-ବିଏସପି କର୍ମୀ

ଆସନ୍ତାକାଲି ସାରା ଦେଶରେ ଭୋଟଗଣତି ହେବ

203

କନକ ବ୍ୟୁରୋ : ଆସନ୍ତାକାଲି ସାରା ଦେଶରେ ଭୋଟଗଣତି ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଭୋଟଗଣତି କେନ୍ଦ୍ରରେ ଇଭିଏମ ଓ ଭିଭିପାଟ ମଧ୍ୟ ପହଞ୍ଚିଲାଣି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭୋଟଗଣତିରେ ଗଡବଡି ସନ୍ଦେହ କରି ୟୁପିର ସପା-ବିଏସପିର କର୍ମୀମାନେ ଭୋଟଗଣତି କେନ୍ଦ୍ର ଆଗରେ ତମ୍ବୁ ବାନ୍ଧି ରହିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବରଂ ୨୪ ଘଣ୍ଟା ଏହି ତମ୍ବୁ ଘରେ ଦଳୀୟ କର୍ମୀମାନେ ଡେରା ପକାଉଥିବା ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେବଳ ତମ୍ବୁ ନୁହେଁ ବରଂ କ୍ୟାମେରା ସହ ଦୂରବିକ୍ଷଣ ଯନ୍ତ୍ରରେ ଭୋଟଗଣନା କେନ୍ଦ୍ର ଉପରେ ନଜର ରଖିଛନ୍ତି କର୍ମୀ । ସେପଟେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ଓ ଭିଭିପାଟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ନିର୍ବାଚନ ଅଧିକାରୀ କହିଛନ୍ତି ।

ଏହାସହ ୨୪ ଘଣ୍ଟିଆ ଏକ କଣ୍ଟ୍ରୋର ରୁମ ଖୋଲାଯାଇଥିବା ମଧ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଅଭିଯୋଗ ଆସିଛି ଇଭିଏମକୁ ନେଇ ତାହା ସତ୍ୟ ନୁହେଁ । ସାରା ଦେଶରେ ଅନେକ ସ୍ଥାନରେ ଇଭିଏମ ରହିଛି । ତେଣୁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ତେଣୁ ଏପରି ଅଭିଯୋଗରେ କୌଣସି ସତାସତ୍ୟ ନାହିଁ । ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମରେ ଅଭିଯୋଗ କରିପାରିବେ । ଆସନ୍ତାକାଲି ଭୋଟଗଣନା ହେବା ପାଇଁ ଯାଉଛି । ଏଥିଲାଗି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଆମକୁ ଅପେକ୍ଷା କରିବା ପାଇଁ ପଡିବ ଆସନ୍ତାକାଲି ନିର୍ବାଚନ ଫଳାଫଳକୁ । ତେବେ କର୍ମୀଙ୍କ ମନତେ ସନ୍ଦେହ ଥିବାରୁ ଷ୍ଟ୍ରଙ୍ଗରୁମ ସାମ୍ମନାରେ ତମ୍ବୁ ପକାଇରହିଛନ୍ତି । ଯାହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଲାଗି ରହିଛି ।