କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ ! କହିଲେ , ସବୁ ଚୋରଙ୍କ ନାଁ କାହିଁକି ମୋଦି ହୋଇଥାଏ ? ଅଭିଯୋଗ ନେଇ ନିର୍ବାଚନ ଆୟୋଗ ପହଂଚିଲା ବିଜେପି

238

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଭ୍ରଷ୍ଟାଚାର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରେ ଟାର୍ଗେଟ୍ କରିଥିଲେ ଏବଂ କହିଥିଲେ ସବୁ ‘ଚୋର’ ଙ୍କ ନାଁ ମୋଦୀ କିଭଳି ହୋଇଥାଏ । କଂଗ୍ରେସ ଅଧ୍ୟକ୍ଷ ପଳାତକ ହୀରା ବ୍ୟବସାୟୀ ନିରବ୍ ମୋଦୀ ଏବଂ ଆଇପିଏଲ୍ ପୂର୍ବଅଧ୍ୟକ୍ଷ ଲଲିତ୍ ମୋଦୀଙ୍କ ବିଷୟରେ କହିଥିଲେ । ରାହୁଲଙ୍କ ଏହି ବୟାନରେ ଆପତ୍ତି କରି ବିଜେପି ନିର୍ବାଚନ ଆୟୋଗ ପାଖକୁ ପହଂଚିଥିଲା । କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ୱାସ ନକବୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗଙ୍କ ଶୀର୍ଷ ଅଧିକାରୀଙ୍କ ସହ ମିଶି ରାହୁଲଙ୍କ ବିରୋଧରେ ଶକ୍ତ ପଦକ୍ଷେପ ନେବା ପାଇଁ କହିଥିଲେ । ବିଜେପି ରାହୁଲଙ୍କ ଉପରେ ଜାତି ବିଶେଷ ଲୋକଙ୍କୁ ନେଇ ଅପମାନିତକୁ ନେଇ ଅଭିଯୋଗ ଲାଗିଛି ।

କ’ଣ କହିଥିଲେ ରାହୁଲ ଗାନ୍ଧୀ ?

ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ଏବଂ ନାନ୍ଦେଡ଼ ଲୋକସଭା ସିଟ୍ ରୁ ପ୍ରାର୍ଥୀ ଅଶୋକ ଚହ୍ୱାନ୍ ଙ୍କ ପକ୍ଷରେ ନିର୍ବାଚନ ରାଲୀକୁ ସମ୍ବୋଧିତ କରିବାକୁ ଯାଇ ରାହୁଲ ଗାନ୍ଧୀ ରାଫେଲ୍ ସଉଦାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଥିଲେ । ସେ ପ୍ରଶ୍ନ କରିଥିଲେ ଉଦ୍ୟୋଗପତୀ ଅନିଲ୍ ଅମ୍ବାନୀଙ୍କ ବିନିର୍ମାଣ କ୍ଷେତ୍ରରେ ବିନା କୌଣସି ଅନୁଭବରେ ଅଫସେଟ୍ କିଭଳି ମିଳିଗଲା । ସେ କହିଥିଲେ ମୋଦି ଅମ୍ବାନୀଙ୍କୁ ଠେକାଦେଇ ଜନତାଙ୍କ ୩୦,୦୦୦ କୋଟି ଟଙ୍କାର ଚୁନା ଲଗାଇଛନ୍ତି । ରାହୁଲ ପ୍ରଶ୍ନ କରିଥିଲେ , ମୋତେ ଗୋଟିଏ କଥା କୁହନ୍ତୁ ନୀରବ ମୋଦି , ଲଳିତ ମୋଦି, ନରେନ୍ଦ୍ର ମୋଦି … ସମସ୍ତଙ୍କ ନାଁ ମୋଦି କିଭଳି ରହିଛି?