କନକ ବ୍ୟୁରୋ : ୨୦୧୯ ନିର୍ବାଚନ ସରିଲା । ସାରା ଦେଶରେ ବିଜୟ ପ୍ରାର୍ଥୀଙ୍କ ନାମ ବି ସମ୍ମୁଖକୁ ଆସିଲା । କେଉଁ ଆସନରେ କିଏ ଜିତିଲା ତାହାର ତାଲିକା ମଧ୍ୟ ଏହାରି ମଧ୍ୟରେ ପ୍ରକାଶ ହୋଇସାରିଛି । ଏହି ଲୋକସଭା ନିର୍ବାଚନରେ ମୋଟ ଉପରେ ସଂସଦକୁ ୭୮ ଜଣ ମହିଳା ନିର୍ବାଚନ ହୋଇଛନ୍ତି । କେବଳ ଏତିକି ନୁହେଁ ମୋଟ ସଂଖ୍ୟାରୁ ୧୭ ପ୍ରତିଶତ ଆସନରେ ମହିଳା ବିଜୟୀ ହୋଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, କେବଳ ବିଜେପିର ୪୦ ମହିଳା ସାଂସଦ ବିଜୟ ହୋଇଛନ୍ତି ।

Advertisment

publive-image image courtesy - The Sentinel

ହେଲେ କଂଗ୍ରେସ ଦଳ ପକ୍ଷରୁ କେବଳ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ରାଏବରେଲୀ ଆସନରୁ ବିଜୟୀ ହୋଇଛନ୍ତି । ତେବେ କଂଗ୍ରେସ ଚଳିତଥର ନିର୍ବାଚନରେ ଶୋଚନୀୟ ପରାଜୟର ସୀକାର ହୋଇଛି । ଏପରିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପରାଜୟ ହୋଇଛନ୍ତି । ହେଲେ କାହିଁକି ଦଳ ଏପରି ପରାଜୟବରଣ କଲା ତାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଚାଲିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସ କେବଳ ଜଣେ ମହିଳା ସାଂସଦ ରୂପେ ସୋନିଆ ଗାନ୍ଧୀଙ୍କୁ ବିଜୟର ଟିକା ପିନ୍ଧାଇବାରେ ସଫଳ ହୋଇଛି ।