କଂଗ୍ରେସ ଇସ୍ତାହାରକୁ ସମାଲୋଚନା କଲେ ମୋଦି !  କହିଲେ , ଭାରତ କଥା କମ ପାକିସ୍ତାନ କଥା ଅଧିକ ରହିଛି କଂଗ୍ରେସ ଇସ୍ତାହାରରେ

ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ନିର୍ବାଚନି ସଭାରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିକଟ ଅତୀତରେ ପ୍ରକାଶ ପାଇଥିବା କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରି କହିଛନ୍ତିି କି କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି।

publive-image The Indian Express

‘ପ୍ରଥମ ଥର ଭାରତ ସୀମା ପାର୍ କରି ଆତଙ୍କବାଦୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାତ୍ର କଂଗ୍ରେସ ପ୍ରମାଣ ମାଗି ଚାଲିଛି। ଲୋକମାନେ ସଶସ୍ତ୍ର ବଳକୁ ବିଶ୍ୱାସ କରୁଛନ୍ତି ମାତ୍ର କଂଗ୍ରେସ ନେତାମାନେ କରିପାରୁ ନାହାନ୍ତି। ଯେଉଁ ଜିନିଷକୁ ପାକିସ୍ତାନ ଦୁନିଆ ସାରା ବୁଣିବାକୁ ଚାହୁଁଛି କଂଗ୍ରେସ ତାକୁ ପ୍ରଚାର କରିବାରେ ଲାଗିଛି।’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି।

ମୋଦୀ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଦଳ ତା’ର ଇସ୍ତାହାରରେ ପ୍ରକାଶ କରିଛି ଯେ ଜମ୍ମୁ-କଶ୍ମୀର ପାଇଁ ରହିଥିବା ଧାରା ୩୭୦କୁ କେହି ଛୁଇଁପାରିବେ ନାହିଁ। ଏହି ଦାବି ପୂର୍ବରୁ ପାକ୍ ସରକାର ବି କରି ସାରିଛନ୍ତି। ଏହା କି ପ୍ରକାରର ସଂଯୋଗ!’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe