ନିଜ ସର୍ଭେ ରିପୋର୍ଟରେ ବି ଫେଲ ହେଲା କଂଗ୍ରେସ । ୟୁପିଏକୁ ପଛରେ ପକାଇ ଆଗରେ ରହିଲା ଏନଡିଏ

ସରିଲା ନିର୍ବାଚନ । ଆଉ ଏହାପରେ ଆସିଲା ଏକଜିଟ ପୋଲ ରିପୋର୍ଟ

750

କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଉ ଏହାପରେ ଆସିଲା ଏକଜିଟ ପୋଲ ରିପୋର୍ଟ । ଦେଶର ମୁଡ କଣ ରହିଛି? ଆଗାମୀ ଦିନରେ କିଏ ନିର୍ବାଚନରେ ବିଜୟୀ ହେବେ ଆଜିକୁ ନେଇ ସର୍ଭେ କରାଯାଏ । ଚଳିତଥର ମଧ୍ୟ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ନିଜର ଏକଜିଟ ପୋଲ କରିଥିଲେ । କେବଳ ତାହା ନୁହେଁ ବିଭିନ୍ନ ମଧ୍ୟ ନିଜନିଜ ଏକଜିଟ ପୋଲ କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଦଳ ପକ୍ଷରୁ ଏକ ଏକଜିଟ ପୋଲ କରାଯାଇଥିଲା । ଯାହାର ଫଳାଫଳ ଆସିଛି । ସେଠାରେ ଉଲ୍ଲେଖ ରହିଛି କି ନିର୍ବାଚନ ଚଳିତଥର ଏନଡିଏ ୨୩୦ ସିଟରେ ବିଜୟ ହେଉଥିବା ବେଳେ ବିଜେପି ୨୦୦ ସିଟରେ ବିଜୟୀ ହେବାର ସମ୍ଭାବନା ରହିଛି । ତେବେ କଂଗ୍ରେସ ୧୪୦ ସିଟରେ ବିଜୟ ହେବା ବେଳେ ୟୁପିଏ ୧୯୫ ସିଟରୁ ଅଧିକ ସିଟରେ ଜିତିବ ।

image courtesy – Business Today

ଏହାସହ ପାର୍ଟି ଆକଳନ କରିଛି ଯେ, ପଞ୍ଜାବ, ତାମିଲନାଡୁ, କେରଳରେ ଦଳ ଉତମ ପ୍ରଦର୍ଶନ କରିବା ବେଳେ ବିହାର, ଛତିଶଗଡ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର , ଗୁଜୁରାଟ ,ହରିୟାଣା ଓ ଝାରଖଣ୍ଡରେ ଦଳ ବି ଭଲ ପ୍ରଦର୍ଶନ କରିବ । ଏହାସହ ଉତ୍ତରପ୍ରଦେଶରେ ୫, ଦିଲ୍ଲୀରେ ୨, ପଞ୍ଜାବ ୯, ଛତିଶଗଡ ୯, ଓଡିଶା ୨, ତେଲେଙ୍ଗାନା ୨, ଜାମ୍ମୁ-କାଶ୍ମୀରରେ ୨, ହିମାଚଳ-ପ୍ରଦେଶରେ ୧ ଏପରି ଭାବରେ ପ୍ରତ୍ୟେକ ରାଜ୍ୟରେ କେତେ ଆସନରେ ଦଳ ବିଜୟ ହେବ ତାହାକୁ ନେଇ ଏକ ଆକଳନ କରାଯାଇଛି । ତେବେ ଦଳ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ବିଭିନ୍ନ ନିର୍ବାଚନମଣ୍ଡଳୀର ୨୬୦ ପର୍ଯ୍ୟବେକ୍ଷକଙ୍କୁ ନେଇ କରାଯାଇଥିବା ଜଣାଯାଇଛି ।

କିନ୍ତୁ ଦକ୍ଷିଣ ଭାରତରେ ଆଶାଅନୁରୂପ ଫଳ ପାଇବ ବୋଲି କୁହାଯାଉଛି । ଦଳ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ, ଏନଡିଏ ୨୦୦ ମିଳିବ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ମହତ୍ୱପୂର୍ଣ୍ଣ, ଦେଶ ପାଇଁ ଲଢେଇ କରିଛନ୍ତି, ଏକଜିଟ ପୋଲକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ନିଜ ଉପରେ ଏବଂ ଦଳ ଉପରେ ବିଶ୍ୱାସ ରଖନ୍ତୁ । ଆମେ ମାନେ ମିଶିକି ଯେଉଁ କାମ ଅର୍ଥାତ ପରିଶ୍ରମ କରିଛନ୍ତି ତାହା କେବେ ବିଫଳ ହେବ ନାହିଁ ବୋଲି ରାହୁଲ କହିଛନ୍ତି । ତେବେ ଆସନ୍ତାକାଲି ସକାଳ ୮ଟା ରୁ ଭୋଟ ଗଣତି ଆରମ୍ଭ ହେବ । ତେବେ ସେହି ସମୟରେ ହିଁ ଜଣାପଡିବ କେତେ ଆସନରେ କିଏ ବିଜୟୀ ହେବ ।