କନକ ବ୍ୟୁରୋ: ଆଜି ଆସିପାରେ ବିଜେଡିର ପ୍ରଥମ ପର୍ଯ୍ୟାୟ ଟିକେଟ । କିଛି ସମୟ ପରେ ତାଲିକା ଘୋଷଣା ହୋଇପାରେ । କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ୪ ଲୋକସଭା ଓ ସଂପୃକ୍ତ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ ।
ବ୍ରହ୍ମପୁରରୁ ସିଦ୍ଧାନ୍ତ ମହାପାତ୍ର, ଚନ୍ଦ୍ରଶେଖର ସାହୁ, କଲ୍ୟାଣୀ ଦେବୀଙ୍କୁ ଟିକେଟ ମିଳିବ ନା ଆଉ କାହାକୁ ଟିକେଟ ମିଳିବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ସେହିପରି ନବରଙ୍ଗପୁରରେ ବଳଭଦ୍ର ମାଝୀ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ କାହାକୁ ଟିକେଟ ଦେବ ବିଜେଡି ତା ଉପରେ ସମସ୍ତଙ୍କ ନଜର ରହିଛି ।କୋରାପୁଟରୁ ଝିନ୍ନ ହିକକାଙ୍କ ପତ୍ନୀଙ୍କୁ ଟିକେଟ ମିଳୁଛି ନା ଆଉ କାହାକୁ ମିଳୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କଳାହାଣ୍ଡି ଆସନରୁ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ ଆଗରେ ରହିଛି ।
ସେପଟେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା । ୨୫ ତାରିଖଯାଏଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଏପ୍ରିଲ ୧୧ ତାରିଖରେ ମତଦାନ କରାଯିବ । ରିଟଣ୍ଣିଂ ଅଫିସର ତଥା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଜିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିଲେ ମଧ୍ୟ ଏଯାଏଁ କୌଣସି ଦଳ ବର୍ତମାନ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ।
କୁହାଯାଉଛି ଅନ୍ୟ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇନଥିବାରୁୁ ନିଜ ପ୍ରାର୍ଥୀ ତାଲିକା ପ୍ରଥମେ ଘୋଷଣା କରିବାକୁ କୌଣସି ଦଳ ମଙ୍ଗୁ ନାହାନ୍ତି । ପ୍ରାର୍ଥୀ ଚୟନକୁ ନେଇ ଦଳରେ ଚାଲିଛି ଛକାପଂଞ୍ଝା । କଂଗ୍ରେସ, ବିଜେଡି ଓ ବିଜେପିରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନଥିବା ବେଳେ ପାର୍ଟି ଅଫିସ ଓ ଦଳ ମୁଖିଆଙ୍କ ବାସଭବନରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ବଢୁଛି । ଏହା ସହ ଦେଶର ୯୧ଟି ଲୋକସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୯୧ଟି ଆସନ ପାଇଁ ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/puri-final.jpg)
/kanak/media/post_attachments/wp-content/uploads/2019/03/download-8.jpg)
/kanak/media/post_attachments/wp-content/uploads/2019/03/2018_8image_12_35_199229810voting-electionjpg-ll-300x200.jpg)
/kanak/media/post_attachments/wp-content/uploads/2019/03/POLITICAL-LIST-CONFUSION-300x180.jpg)