କନକ ବ୍ୟୁରୋ : ମୋଦି ହେଉଛନ୍ତି ମହିଷାସୁର ଓ ମମତା ହେଉଛନ୍ତି ବେଙ୍ଗଲ ଦୁର୍ଗା । ଏପରି ମନ୍ତବ୍ୟ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହିଷାସୁର ସହିତ ତୁଳନା କରିଛନ୍ତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ  ଦେବୀ ଦୁର୍ଗାଙ୍କ ସହିତ ତୁଳନା କରିଛନ୍ତି । ପଶ୍ଚିମବଙ୍ଗର ଖଡପୁର ଠାରେ ବାନାର୍ଜୀ ଏବଂ ଚନ୍ଦ୍ରବାବୁ ନାଇଡୁ ଗଠବନ୍ଧନ ସମ୍ପର୍କରେ  ଚର୍ଚ୍ଚା ହୋଇଥିଲା  । ତେବେ ସେହି ସମୟରେ ଚନ୍ଦ୍ରବାବୁ ଏପରି କହିଥିବା ସୂଚନା ମିଳିଛି ।
Advertisment

publive-image source : google

ବର୍ତମାନ ସମୟରେ ଦେଶରେ ନିର୍ବାଚନ ଚାଲିଛି । ଭାରତୀୟ ଜନତା ପାର୍ଟିକୁ ହରାଇ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ଦେଶର ଅନେକ ଆଞ୍ଚଳିକ ରାଜନୈତିକ ଦଳ ହାତ ମିଳାଇଛନ୍ତି । ତେବେ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦେବୀ ମହିଷାସୁରକୁ ହରାଇବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରତିକ୍ରିୟା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବିଜେପି ଏହି ପ୍ରତିକ୍ରିୟା କଡା ଯବାବ ରଖିଛି ।

ବିଜେପି କହିଛି ଯେ, ନାଇଡୁ ଏକ ମାନସିକ ରୋଗୀ ଅଟନ୍ତି ଏବଂ ନିର୍ବାଚନ ହାରିଜିବା ଭୟରେ ନାଇଡୁ ଏମିତି ବୟାନ ଦେଉଛନ୍ତି । ଏହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡିବ ନାହିଁ । କାରଣ ସାରା ଦେଶରେ ଲୋକମାନେ ବିଜେପିକୁ ଭଲପାଉଛନ୍ତି ।ମୋଦିଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ଆଗାମୀ ଦିନରେ ବିଜେପି ପୁଣି ଥରେ ସରକାର କରିବ ବୋଲି ବିଜେପି ନେତା ଦମ୍ଭୋକ୍ତି ଦେଖାଇଛନ୍ତି ।