ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟ ଦେଲେ କମଲନାଥ, ଶରଦ ପାୱାର, ବସୁନ୍ଧରା ରାଜେଙ୍କ ପରି ହାଇପ୍ରୋଫାଇଲ୍ ନେତା

108

କନକ ବ୍ୟୁରୋ: ଭୋଟ ଦେଲେ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ଝଲାୱାର ଆସନ ପାଇଁ ଭୋଟିଂ ଦେଇଛନ୍ତି ବସୁନ୍ଧରା । ସକାଳ ୭ଟାରେ ଭୋଟିଂ ଆରମ୍ଭ ହୋଇଥିବାବେଳେ ଏହାର କିଛି ସମୟ ପରେ ବସୁନ୍ଧରା ଭୋଟ କେନ୍ଦ୍ରକୁ ଆସି ନିଜର ମତସାବ୍ୟସ୍ତ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୧୩ଟି ଆସନରେ ଭୋଟିଂ ହେଉଛି ।

ଭାଇ ରାହୁଲ ମହାଜନଙ୍କ ସହ ଭୋଟଦେଲେ ପୁନମ ମହାଜନ । ପ୍ରମୋଦ ମହାଜନଙ୍କ ଝିଅ ପୁନମ ବିଜେପି ଟିକଟରୁ ନିର୍ବାଚନ ଲଢୁଛନ୍ତି । ମୁମ୍ବାଇ ଉତର ମଧ୍ୟ ଲୋକସଭା ଆସନରୁ ସେ ପ୍ରାର୍ଥୀ ଅଛନ୍ତି । ସଂଜୟଦତଙ୍କ ଭଉଣୀ ତଥା କଂଗ୍ରେସ ପ୍ରାର୍ଥୀ ପ୍ରିୟା ଦତାଙ୍କ ସହ ତାଙ୍କର ମୁକାବିଲା ହେଉଛି ।

ଭୋଟିଂ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ସାଂସଦ ପ୍ରାର୍ଥୀ ଗିରିରାଜ ସିଂହ । ବିହାର ବେଗୁସରୟାରୁ ସେ ପ୍ରାର୍ଥୀ ଅଛନ୍ତି । ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ସହ ଗିରିରାଜଙ୍କ ମୁକାବିଲା ହେଉଛି ।

ଭୋଜପୁରୀ ଅଭିନେତା ରବିକିଷାନ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମୁମ୍ବାଇ ଗୋରଗାଓଁରେ ଭୋଟ ଦେଇଛନ୍ତି ରବି କିଷାନ । ୟୁପି ଗୋରଖପୁର ଲୋକସଭା ଆସନରୁ ରବି କିଷାନ ବିଜେପି ପ୍ରାର୍ଥୀ ଅଛନ୍ତି । ଏହି ଆସନରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଅନେକ ଥର ସାଂସଦ ରହିଆସିଛନ୍ତି ।

ଗୁଜୁରାଟରୁ ବିଜେପି ସାଂସଦ ପରେଶ ରାଓଲ ମୁମ୍ବାଇ ବିଲେପର୍ଲେରେ ଭୋଟ ଦେଇଛନ୍ତି । ପତ୍ନୀଙ୍କ ସହ ଭୋଟକେନ୍ଦ୍ରକୁ ଆସି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ଏଥର ନିର୍ବାଚନ ଲଢୁନାହହାନ୍ତି ପରେଶ ।

 

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମୁମ୍ବାଇରେ ଭୋଟ ଦେଇଛନ୍ତି ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଭାଇ ଅନୀଲ ଆମ୍ବାନୀ । କଫ ପରେଡର ବୁଥ ନମ୍ବର ୨୧୬ରେ ସେ ଭୋଟ ଦେଇଛନ୍ତି ।

ମଧ୍ୟପ୍ରଦେଶ ଛିନ୍ଦୱାଡାରେ ଭୋଟ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଛିନ୍ଦୱାଡାର ବୁଥ ନମ୍ବର୧୬ରେ କମଳନାଥ ଭୋଟ ଦେଇଛନ୍ତି । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତ୍ି । ରାଜସ୍ଥାନ ଯୋଧପୁରରେ ଭୋଟ ଦେଇଛନ୍ତି ଗେହଲଟ ।