ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗକୁ ଆସିଲେ ଅନେକ ଦଳ, ଏନଡିଏରେ ସାମିଲ ହୋଇସାରିଲେଣି ଏତେ ସଂଖ୍ୟକ ଦଳ । ପଢନ୍ତୁ …

505

କନକ ବ୍ୟୁରୋ: ଆଗାମୀ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳ ନେତୃତ୍ୱାଧୀନ ଏନଡିଏ ମଜବୁତ ହେବାରେ ଲାଗିଛି । ଅନେକ ଦଳ ଏଥିରେ ନିଜକୁ ସାମିଲ କରିଚାଲିଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ବିଭିନ୍ନ ରାଜ୍ୟର ଛୋଟ ଛୋଟ ଦଳ ଗୁଡିକୁ ଏକାଠି ଆଣିବାକୁ ପ୍ରୟାସ କରାଯାଉଛି । ଏହା କରିବା ଦ୍ୱାରା ଅଧିକରୁ ଅଧିକ ଆସନ ଏନଡିଏ ଖାତାକୁ ଆସିପାରିବ । ଏନଡିଏର ମୂଳ ଲକ୍ଷ୍ୟ ହେଉଛି ଲଗାତର ତୃତୀୟ ଥର ପାଇଁ ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ।

ଏନଡିଏ ପାଖରେ ବର୍ତ୍ତମାନ ୨୯ ଦଳ ରହିଛନ୍ତି । ବର୍ତ୍ତମାନ ୨୪ଟି ଦଳ ଥିବା ବେଳେ ନିକଟରେ ଆଉ ୫ଟି ଦଳ ସାମିଲ ହୋଇଛନ୍ତି । ଜୁଲାଇ ୧୮ରେ ଏନଡିଏର ବୈଠକରେ ସମସ୍ତ ୨୯ ଦଳ ସାମିଲ ହେବେ । ଏହାରି ଭିତରେ ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବ ରାଜ ବୋମାଇ ସଙ୍କେତ ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଜେଡିଏସ ଏନଡିଏରେ ସାମିଲ ହେବାର ସମ୍ଭାବନା ରହିଛି । ତେବେ ଏହି ନିଷ୍ପତ୍ତି ଆଗାମୀ ରାଜନୈତିକ ଭବିଷ୍ୟତର ଘଟଣାକ୍ରମର ଭାଗ୍ୟ ନିର୍ଦ୍ଧାରଣ କରିବ ।