ସବୁଠୁ ଧନୀ ଲୋକସଭା ପ୍ରାଥୀ । ହେଲେ ନିର୍ବାଚନରେ ହରାଇଥିଲେ ଅମାନତ, ଜାଣନ୍ତୁ ମିଳିଥିଲା କେତେ ଭୋଟ

2,021

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ୧୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏହି ବର୍ଷ ଦେଶର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ ୪ ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏହି ସମୟ ମଧ୍ୟରେ ଦଳଗୁଡିକ ଦ୍ୱାରା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଭିତରେ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଯାଇଛି । କିଛି ପାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ନୂଆ ନିର୍ବାଚନ ପ୍ରମାଣପତ୍ର ଅନୁସାରେ, ନକୁଲ ନାଥ ସବୁଠାରୁ ଧନୀ ପ୍ରାର୍ଥୀ, ଯିଏ ୭୦୦ କୋଟି ଟଙ୍କା ସମ୍ପତ୍ତିର ଘୋଷଣା କରିଛନ୍ତି ।

୨୦୧୯ ର ଲୋକସଭା ନିର୍ବାଚନ ଉପରେ ନଜର ପକାଇବା ତାହାଲେ ବିହାରର ଜଣେ ଲୋକସଭା ପ୍ରାର୍ଥୀ ଯାହାଙ୍କ ସମ୍ପତ୍ତି ହଜାରେ କୋଟି । କିନ୍ତୁ ନିର୍ବାଚନରେ ସବୁଠାରୁ ବଡ ପରାଜୟର ସମ୍ମୁଖୀନ ହୋଇଥିଲେ ଏହି ପ୍ରାର୍ଥୀ । ତାଙ୍କୁ କେବଳ ୧,୫୫୮ ଭୋଟ ମିଳିଥିଲା, ଏହି କାରଣ ପାଇଁ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଯାଇଥିଲା । ଏହି ପ୍ରାର୍ଥୀ ଜଣଙ୍କ ୨୬ ଜଣିଆ ପ୍ରାର୍ଥୀ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ । ବିଜେପିର ରାମ କୃପାଳ ଯାଦବ ତାଙ୍କ ଠାରୁ ୫ ଲକ୍ଷ ଭୋଟରେ ଜିତି ଥିଲେ ।

୨୦୨୯ ଲୋକସଭା ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ କୁହାଯାଉଥିବା ରମେଶ କୁମାର ଶର୍ମା ବିହାରର ପାଟଳିପୁତ୍ର ଆସନରୁ ସାଂସଦ ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ । ସେତେବେଳେ ଶର୍ମାଙ୍କ ବ୍ୟତୀତ ସମସ୍ତ ଧନୀ ପ୍ରାର୍ଥୀ କଂଗ୍ରେସର ଥିଲେ, ସେଥି ମଧ୍ୟରୁ ତିନି ଜଣ ପ୍ରାର୍ଥୀ ସଫଳତା ହାସଲ କରିଥିଲେ । ଶର୍ମା ତାଙ୍କ ସମ୍ପତ୍ତିକୁ ୧,୧୦୭ କୋଟିରୁ ଅଧିକ ବୋଲି ଘୋଷଣା କରିଥିଲେ   ।

୨୦୧୯ ନିର୍ବାଚନରେ ଦ୍ୱିତୀୟ ଧନୀ ପ୍ରାର୍ଥୀ ହେଉଛନ୍ତି କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ, ତାଙ୍କର ସମ୍ପତ୍ତି ୮୯୫ କୋଟି ଟଙ୍କା ଥିଲା । ସେ ତେଲେଙ୍ଗାନାର ଚେବେଲ୍ଲା ନିର୍ବାଚନମଣ୍ଡଳୀରେ କଡା ମୁକାବିଲା କରିଥିଲେ ମଧ୍ୟ ତେଲେଙ୍ଗାନା ରାଷ୍ଟ୍ର ସମିତି ପ୍ରାର୍ଥୀ ଜି ରଂଜିତ ରେଡ୍ଡୀଙ୍କ ଠାରୁ ପରସ୍ତା ହୋଇଥିଲେ ।

କଂଗ୍ରେସର ନେତା ତଥା କମଲ ନାଥଙ୍କ ପୁଅ ୨୦୧୯ ରେ ତୃତୀୟ ଧନୀ ପ୍ରାର୍ଥୀ ହୋଇଥିଲେ । ନକୁଲ ସେହି ସମୟରେ ସଫଳତା ହାସଲ କରିଥିଲେ । ୨୦୧୯ ରେ ତାଙ୍କର ମୋଟ ସମ୍ପତ୍ତି ୬୬୦ କୋଟି ଟଙ୍କା ଥିଲା । ଯାହା ୨୦୨୪ ନିର୍ବାଚନ ଆଫିଡେଭିଟରେ ୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସୂଚନାରୁ ଜଣା ପଡିଛି ଯେ, ୨୦୧୯ ର ଚତୁର୍ଥ ଧନୀ ପ୍ରାର୍ଥୀ ଥିଲେ ବସନ୍ତକୁମାର ଏଚ୍ । ସେ ତାଙ୍କ ସମ୍ପତ୍ତି ୪୧୭ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରିଥିଲେ । ସେ ତାମିଲନାଡୁର କନ୍ୟାକୁମାରୀ ଆସନରେ ପ୍ରାୟ ତିନି ଲକ୍ଷ ଭୋଟରେ ଜିତିଥିଲେ । ଏବଂ ପଂଚମ ଧନୀ ପ୍ରାର୍ଥୀ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଯିଏ ୩୭୪ କୋଟିରୁ ଅଧିକ ସମ୍ପତ୍ତି ବୋଲି ଘୋଷଣା କରିଥିଲେ ।