ମହାରାଷ୍ଟ୍ରରେ ବିଜେପିର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କଲେ ଦେବେନ୍ଦ୍ର ଫଡନଭିସ୍ । କହିଲେ, ଦେଇଦେବି ଇସ୍ତଫା

817

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନର ପ୍ରଭାବ ଏବେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନଭିସ ଏନେଇ ନିଜକୁ ଦାୟୀ  କରିବା ସହ ଇସ୍ତଫା ଦେବା କଥା କହିଛନ୍ତି । ସେ କହିଛନ୍ତି କି, ମହାରାଷ୍ଟ୍ରରେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ମୁଁ ନିଜେ ଦାୟୀ  ।

କହିରଖୁ କି ୪୮ ଲୋକସଭା ଆସନ ବିଶିଷ୍ଠ ମହାରାଷ୍ଟ୍ରରେ ବିଜେପିକୁ ମାତ୍ର ୯ଟି ଆସନ ମିଳିଛି । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୨୩ ଆସନ ମିଳିଥିଲ   । ଏହାକୁ ନେଇ ଦେବେନ୍ଦ୍ର ଫଡନଭିସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି କି, ମହାରାଷ୍ଟ୍ର ସରକାରରେ ମୋତେ ଯେଉଁ ପଦ ମିଳିଛି ସେଥିରୁ ମୋତେ ମୁକ୍ତ କରାଯାଉ । ଫଳରେ ଦଳ ପାଇଁ ସମର୍ପିତ ହୋଇ କାମ କରିପାରିବେ ବୋଲି ସେ କହିଛନ୍ତି ।