କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନର ପ୍ରଭାବ ଏବେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନଭିସ ଏନେଇ ନିଜକୁ ଦାୟୀ କରିବା ସହ ଇସ୍ତଫା ଦେବା କଥା କହିଛନ୍ତି । ସେ କହିଛନ୍ତି କି, ମହାରାଷ୍ଟ୍ରରେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ମୁଁ ନିଜେ ଦାୟୀ ।
କହିରଖୁ କି ୪୮ ଲୋକସଭା ଆସନ ବିଶିଷ୍ଠ ମହାରାଷ୍ଟ୍ରରେ ବିଜେପିକୁ ମାତ୍ର ୯ଟି ଆସନ ମିଳିଛି । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୨୩ ଆସନ ମିଳିଥିଲ । ଏହାକୁ ନେଇ ଦେବେନ୍ଦ୍ର ଫଡନଭିସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି କି, ମହାରାଷ୍ଟ୍ର ସରକାରରେ ମୋତେ ଯେଉଁ ପଦ ମିଳିଛି ସେଥିରୁ ମୋତେ ମୁକ୍ତ କରାଯାଉ । ଫଳରେ ଦଳ ପାଇଁ ସମର୍ପିତ ହୋଇ କାମ କରିପାରିବେ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/Capture-11.jpg)