ଜନାଦେଶ ୨୦୧୯ ଟ୍ରେଣ୍ଡିଂ ରିପୋର୍ଟରେ ୩୪୪ ଆସନ ସହ ଆଗରେ ରହିଛି ବିଜେପି ।

୧୯ ମହାନିର୍ଣ୍ଣୟ ପାଇଁ ଚାଲିଛି ଭୋଟ ଗଣତି ।

111

କନକ ବ୍ୟୁରୋ: ୧୯ ମହାନିର୍ଣ୍ଣୟ ପାଇଁ ଚାଲିଛି ଭୋଟ ଗଣତି । କିଏ ଗଢିବ ସରକାର, କାହା ହାତକୁ ଯିବ କ୍ଷମତାର ଡୋରି ସେନେଇ ଆଶା ଆଶଙ୍କାରେ ରହିଛନ୍ତି ନେତା । ଦେଶରେ ୫୪୨ ଲୋକସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଆଜି ଚାଲିଛି ଭୋଟ ଗଣତି । ତେବେ ଏହାରି ମଧ୍ୟରେ ଆସିଛି ଟ୍ରେଣ୍ଡିଂ ରିପୋର୍ଟ । ବର୍ତ୍ତମାନ ସୁଦ୍ଧା ବିଜେପି ୩୪୪ ଆଗୁଆ ଥିବା ବେଳେ କଂଗ୍ରେସ ୯୫ ଏବଂ ଅନ୍ୟାନ୍ୟ ଦଳ ୧୦୩ରେ ଆଗୁଆ ରହିଛନ୍ତି ।

ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ଆଗରେ ରହିଛି ବିଜେପି । ଏକଜିଟ ପୋଲ ରିପୋର୍ଟରେ ଯାହା ଆକଳନ କରାଯାଇଥିଲା ପ୍ରାୟ ସେଇ ଆଧାରରେ ବିଜେପି ଆଗୁଆ ରହିଛି ।