କେବଳ ଲାଲକୃଷ୍ଣ ଆଡଭାନୀ ନୁହଁ ବିଜେପିର ପ୍ରଥମ ଲିଷ୍ଟରେ ନାହିଁ ଏହି ବରିଷ୍ଠ ନେତାଙ୍କ ନାମ !  

692

ପୂର୍ବ ଉପ-ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବଂ ବି.ସି ଖଣ୍ଡୁରୀ ଭଳି ପାର୍ଟିର ବରିଷ୍ଠ ନେତାଙ୍କୁ ବିଜେପିର ପ୍ରଥମ ଲିଷ୍ଟରୁ ବାଦ୍ ଦିଆଯାଇଛି । ପାର୍ଟିର ଏଭଳି ପଦକ୍ଷେପରୁ ଲାଗୁଛି ଯେ ବିଜେପି ନିର୍ବାଚନ ରାଜନୀତିରେ ନିଜର ପୁରୁଣା ନେତାଙ୍କୁ ଦୁରେଇ ରଖିବାକୁ ନିଷ୍ପତି ନେଇଛି । ସୁଚନାନୁସାରେ କଲରାଜ୍ ମିଶ୍ର ଏବଂ ଭଗତ୍ ସିଂହ କୋଶିୟାରୀ ଭଳି ବରିଷ୍ଠ ନେତାଙ୍କୁ ଏହି କଥା ଜଣାପଡିଥିଲା ଯେ ପାର୍ଟି ଏଥର ତାଙ୍କୁ ଟିକେଟ୍ ଦେବନାହିଁ ଏହି କାରଣରୁ ଏହି ଦୁଇନେତା ଲୋକସଭା ନିର୍ବାଚନ ୨୦୧୯ ନ ଲଢିବା ପାଇଁ ଘୋଷଣା କରିଦେଲେ । ପାର୍ଟି ନିଜର ଆଉ ଏକ ନେତା ମୁରଲି ମନୋହର ଯୋଶୀଙ୍କ ମଧ୍ୟ ଟିକେଟ୍ କାଟିପାରେ । ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ କାନପୁରରୁ ଜିତିଥିଲେ । ଦଳ ସୂତ୍ରରୁ ଜଣାପଡିଛି ଯେ ଯୋଶୀଙ୍କୁ ସାଧାରଣ ନିର୍ବାଚନରେ ଠିଆ କରିବା ପାଇଁ ଏବେ ସମ୍ଭାବନା ନାହିଁ ।

ଉତ୍ତରାଖଣ୍ଡ ବିଜେପି ଗଢୱାଲ୍ ପୂର୍ବ କେନ୍ଦ୍ରମନ୍ତ୍ରୀ ବି.ସି.ଖଣ୍ଡୁରୀଙ୍କ ସ୍ଥାନରେ ତିରଥ୍ ସିଂହ ରାୱତ ଏବଂ ନେନୀତାଲ୍ ସିଟରୁ ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ଭଗତ୍ ସିଂହ କୋଶିୟାରୀଙ୍କ ସ୍ଥାନରେ ଅଜୟ ଭଟ୍ଟଙ୍କୁ ଟିକେଟ୍ ଦିଆଯାଇଛି । ଟିକେଟ୍ କାଟିବା ସୂଚୀରେ ଅନେକ ନେତାଙ୍କ ଭଳି ୯୧ ବର୍ଷୀୟ ଲାଲକୃଷ୍ଣ ଆଡଭାନି ମଧ୍ୟ ସାମିଲ୍ ଅଛନ୍ତି । ୧୯୯୮ ରୁ ଗୁଜୁରାଟର ଗାନ୍ଧୀନଗର ସିଟ୍ ରୁ ନିର୍ବାଚନ ଜିତି ଆସିଛନ୍ତି ଆଡଭାନୀ । ବିଜେପି ପ୍ରଥମ ସୂଚୀରେ ୩୦ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇନାହିଁ ।