କଂଗ୍ରେସ ଖେଳିଲା ନୂଆ ଗେମ୍ । ମଥରୁରାରେ ହେମାମାଳିନୀଙ୍କ ବିରୋଧରେ ବକ୍ସର ବିଜେନ୍ଦର ସିଂଙ୍କୁ ଦେବ ଟିକେଟ

1,165

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଚଳିତ ଥର କଂଗ୍ରେସ ଇଣ୍ଡିଆ ମେଣ୍ଟରେ ରହି ନିର୍ବାଚନ ଲଢୁଛି । ଏହି କ୍ରମରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସହ ମେଣ୍ଟ ହୋଇଛି । ମେଣ୍ଟର ଆସନ ବୁଝାମଣା ପରେ ଉତ୍ତର ପ୍ରଦେଶରେ କଂଗ୍ରେସ ୧୭ଟି ଲୋକସଭା ଆସନରେ ନିର୍ବାଚନ ଲଢିବ । ଏହି ୧୭ ଆସନ ମଧ୍ୟରୁ ପାର୍ଟି ଏପର୍ଯ୍ୟନ୍ତ ୧୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ବାକି ୪ଟି ଆସନ ପାଇଁ କାହାକୁ ଟିକେଟ ଦିଆଯିବ ତା ଉପରେ ପାର୍ଟି ବିଚାର କରୁଛି । ସୂତ୍ର ସୂଚନା ମୁତାବକ ଉତ୍ତର ପ୍ରଦେଶରେ ପାର୍ଟି ଚଳିତ ଥର କିଛି ନୂଆ ପ୍ରୟୋଗ କରିବାକୁ ଯାଉଛି ।

ଉତ୍ତର ପ୍ରଦେଶର ମଥୁରା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଆସନ ପାଇଁ ବିଜେପି ପୁଣିଥରେ ଡ୍ରିମ ଗର୍ଲ ହେମାମାଳିନୀଙ୍କୁ ଟିକେଟ ଦେଇଛି । ସେ ଲଗାତର ଭାବେ ଦୁଇଥର ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏଥର ପୁଣି ବିଜୟୀ ହୋଇ ହାଟ୍ରିକ କରିବାକୁ ଚାହୁଁଥିବା ବେଳେ କଂଗ୍ରେସ ତାଙ୍କ ବିପକ୍ଷରେ କୁସ୍ତିଯୋଦ୍ଧା ବିଜେନ୍ଦର ସିଂଙ୍କୁ ପ୍ରାର୍ଥୀ କରିବ ।