ପବନ ସିଂଙ୍କ ପରେ ବାରବାଙ୍କୀରୁ ଉପେନ୍ଦ୍ର ରାୱତ ଫେରାଇଲେ ବିଜେପି ଟିକେଟ । ଭିଡିଓ ଭାଇରାଲ ହେବା ପରେ ...

Advertisment
ପବନ ସିଂଙ୍କ ପରେ ବାରବାଙ୍କୀରୁ ଉପେନ୍ଦ୍ର ରାୱତ ଫେରାଇଲେ ବିଜେପି ଟିକେଟ । ଭିଡିଓ ଭାଇରାଲ ହେବା ପରେ ...

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ହେବା ପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିଲା ବିଜେପିରେ । ହେଲେ ଟିକେଟ ଘୋଷଣା ପରେ ଏମିତି କିଛି ଖବର ସାମ୍ନାକୁ ଆସୁଛି ତାହା ବିଜେପି ୧୦ ବର୍ଷ ଶାସନ କାଳରେ କେବେ ହୋଇ ନଥିଲା । ପ୍ରଥମେ ସାଂସଦ ଗୌତମ ଗମ୍ଭୀର ନିର୍ବାଚନ ଲଢିବେ ନାହିଁ ବୋଲି ମନାକଲେ, ଦ୍ୱିତୀୟରେ ଦଳର ବରିଷ୍ଠ ନେତା ତଥା ସାଂସଦ ଡ. ହର୍ଷବର୍ଦ୍ଧନ ନିର୍ବାଚନୀ ରାଜନୀତିରୁ ସନ୍ୟାସ ଘୋଷଣା କଲେ । ଏହା ତ ଠିକ୍ ଥିଲା, ହେଲେ ଶାସକ ଦଳରୁ ଟିକେଟ ପାଇଁ ପ୍ରଥମେ ଭୋଜପୁରୀ ଗାୟକ ପବନ ସିଂ ଟିକେଟ ଫେରାଇବା ପରେ ଏବେ ଦଳର ଜଣେ ବରିଷ୍ଠ ନେତା ତଥା ବାରବାଙ୍କୀ ସାଂସଦ ଉପେନ୍ଦ୍ର ସିଂ ରାୱତ ବିଜେପି ତରଫରୁ ମିଳିଥିବା ସାଂସଦ ଟିକେଟ ଫେରାଇଦେଇଛନ୍ତି । କଥିତ ଭାବେ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ରାୱତ ତାଙ୍କ ତରଫରୁ ଟିକେଟ ଫେରାଇ ଦେଇଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ତା ମଧ୍ୟରେ ଉତ୍ତର ପ୍ରଦେଶର ବାରବାଙ୍କୀ ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ଭାବେ ଉପେନ୍ଦ୍ର ସିଂ ରାୱତଙ୍କ ନାମ ଥିଲା ।

ଏହି ସମୟରେ ସୋସିଆଲ ମିଡିଆରେ ରାୱତଙ୍କର ଏକ କଥିତ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ରାୱତ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି କି, ଏହି ଭିଡିଓକୁ ନେଇ ହୋଇଥିବା ମାମଲାରେ ଯେପର୍ଯ୍ୟନ୍ତ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇନାହାଁନ୍ତି ସେପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ ।

ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସାଂସଦ ରାୱତ ନିଜ ପକ୍ଷରେ ସଫେଇ ଦେଇ କହିଥିଲେ କି ଏହା ଏକ ନକଲି ଭିଡିଓ । ଏଥିରେ ଥିବା ବ୍ୟକ୍ତି ସେ ନୁହଁନ୍ତ, ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଭାଇରାଲ କରାଯାଇଛି । ଏହି ଅଶ୍ଳୀଳ ଭିଡିଓରେ ବିଜେପି ସାଂସଦ ଉପେନ୍ଦ୍ରସିଂ ରାୱତଙ୍କ ସହ ଜଣେ ବିଦେଶୀ ମହିଳା ନଜରକୁ ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe