କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଛିଡିଲା ସିଟ୍ ଭାଗବଣ୍ଟା ଅଙ୍କ । ଏନଡିଏର ସହଯୋଗୀ ଦଳ ଜେଡିଏସ୍ ୩ଟି ଆସନରେ ନିର୍ବାଚନ ଲଢିବା ନେଇ ସୂଚନା ମିଳିଛି । ଏନେଇ ସାଂସଦ ପ୍ରଜ୍ୱଳ ରେବନ୍ନା ଟୁଇଟ୍ କରି ସୂଚନା ଦେଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ହାସନରୁ ଲୋକସଭା ସାଂସଦ ଥିବା ରେବନ୍ନା ନିଜ ଅଫିସିଆଲ୍ ଟୁଇଟର ଆକାଉଣ୍ଟରୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ପାର୍ଟି କର୍ଣ୍ଣାଟକ ତିନୋଟି ଆସନରେ ନିର୍ବାଚନ ଲଢିବ । ଏଥିସହିତ ସେ ଜେଡିଏସ୍ ନେତା ଏଚଡି ଦେବଗୌଡା, ପ୍ରଧାନମନ୍ତ୍ରୀ ମୋଦୀ ଓ ଭାଜପା ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଜେଡିଏସ୍ ତାଙ୍କୁ ପୁଣିଥରେ ହାସନ ସିଟରୁ ଲଢିବାକୁ ଟିକେଟ୍ ଦେଇଛି ।
କର୍ଣ୍ଣାଟକରେ ମୋଟ ଲୋକସଭା ସିଟ୍ ହେଉଛି ୨୮ । ତା ମଧ୍ୟରୁ ୩ଟି ଆସନରେ ଜେଡିଏସ୍ ଲଢିବାକୁ ଥିବାବେଳେ, ୨୫ଟି ଆସନରେ ବିଜେପି ନିଜର ପ୍ରାର୍ଥୀ ଦେବ । କର୍ଣ୍ଣାଟକରେ ଦ୍ୱିତୀୟ ଓ ତୃତୀୟ ଚରଣରେ ନିର୍ବାଚନ ହେବାକୁ ଅଛି । ତାରିଖ ଅନୁଯାୟୀ, ଏପ୍ରିଲ ୨୬ ତାରିଖରେ ୧୪ଟି ସିଟ୍, ମେ ୭ ତାରିଖରେ ୧୪ଟି ସିଟରେ ନିର୍ବାଚନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/en6p203c_bjp-jds-1200_625x300_22_September_23.webp)