କନକ ବ୍ୟୁରୋ : ଆଜି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ୨୦୨୪ ସାଧାରଣ ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଚୂଡାନ୍ତ ହେବା ମାତ୍ରେ ଲାଗୁ ହୋଇଯାଇଛି ଆଚରଣ ସଂହିତା । ଏହି ଆଦର୍ଶ ଆଚରଣ ସଂହିତା ଦେଶ ସାରା ଲାଗୁ ହେବା ଦ୍ୱାରା ନିର୍ବାଚନ ଶେଷ ହେବା ଯାଏଁ ସରକାରଙ୍କର ବିଭିନ୍ନ କାର୍ଯ୍ୟ କଳାପ ଉପରେ ଲାଗିଛି ପ୍ରତିବନ୍ଧକ । ପାର୍ଟି ତଥା ସରକାରୀ ଦଳ ନିର୍ବାଚନକୁ ଆଖି ଆଗରେ ନେଇ କରୁଥିବା ସମସ୍ତ କାର୍ଯ୍ୟରେ ଏଠି ପୁର୍ଣ୍ଣଛେଦ ଲାଗିବ । ନା କାର୍ଯ୍ୟକାରୀ ହେବ କିଛି ନୁଆ ଯୋଜନା, ନା ହୋଇ ପାରିବ କିଛି ନୁଆ ଘୋଷଣା । ଜନତାଙ୍କ ଉପରେ ପ୍ରଭାବକାରୀ ହେବା ପରି ର୍ାଜନୈତିକ ଦଳ ମାନେ କୌଣସି ପ୍ରକାରର ପ୍ରଚାର କିମ୍ବା ସରକାରୀ ସୁବିଧାର ବ୍ୟବହାର କରି ପାରିବେ ନାହିଁ । ଆଚରଣ ସଂହିତାର ଉଲ୍ଲଙ୍ଘନ କଲେ ନିର୍ବାଚନ ଆୟୋଗ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ରାଜନୈତିକ ଦଳ ତଥା ଅଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଏହି ଆଚରଣ ସଂହିତା ମାର୍ଗଦର୍ଶିକା ଓ ଏହାକୁ ମାନିବା ପାଇଁ ସବୁ ଦଳ ପ୍ରତିକାରବଦ୍ଧ ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ ଆୟୋଗର ଭୂମିକା
ଭାରତ ସମ୍ବିିଧାନର ଧାରା ୩୨୪ ଅନୁଯାୟୀ ରାଜ୍ୟ ବିଧାନ ମଣ୍ଡଳ ତଥା ସଂସଦରେ ନିରପେକ୍ଷ ଭାବେ ସ୍ୱତନ୍ତ୍ରତା ବଜାୟ ରଖିବା ସହ ଶାନ୍ତି ପୁର୍ଣ୍ଣ ଉପାୟରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗକୁ କ୍ଷମତା ଦିଆ ଯାଇଛି । ଏହି ସମୟରେ ଆଚରଣ ବିଧିର ଉଲଘଂନ କରୁଥିବା ତଥା ଲାଂଚ ନେଉଥିବା ଅଧୀକାରୀ ଆଦିଙ୍କ ଉପରେ ରୋକ ଲଗାଇବା ତଥା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ମଧ୍ୟ ଏହା ଦ୍ୱାରା ସୁନିଶ୍ଚିତ କରା ଯାଇଥାଏ । ତାରିଖ ଘୋଷଣା ହେବା ଦିନ ଠାରୁ ଆରମ୍ଭ କରି ନିର୍ବାଚନ ଶେଷ ହେବା ଯାଏଁ ଆଚରଣ ସଂହିତା ସମ୍ପୁର୍ଣ୍ଣ ଦେଶରେ ଲାଗୁ ହୋଇଥାଏ ।
ଆଚରଣ ସଂହିତା ଲାଗୁ ହେବା ପରେ ପ୍ରଚାର ପ୍ରସାର କରି ପାରିବେ ନାହିଁ ମନ୍ତ୍ରୀ
ଏହା ପରେ କୌଣସି ମନ୍ତ୍ରୀ ତଥା ପ୍ରାର୍ଥୀ ନିଜର ନିର୍ବାଚନ ସମ୍ବନ୍ଧୀୟ ପ୍ରଚାର ପାଇଁ କୌଣସି ସରକାରୀ ସୁବିଧା କିମ୍ବା ଅଧିକାରୀ ମାନଙ୍କ ସାହାଯ୍ୟ ନେଇ ପାରିବେ ନାହିଁ । ନିର୍ବାଚନ ସହ ଜଡ଼ିତ ଅଧିକାରୀ ମାନଙ୍କ ସ୍ଥାନାନ୍ତରଣ ଓ ନୁଆ ସ୍ଥାନରେ ଯୋଗଦାନ କ୍ଷେତ୍ରରେ ମଧ୍ୟ ଏହି ସମୟରେ କୌଣସି ପରିବର୍ତନ କରା ଯାଇ ପାରିବ ନାହିଁ ।
ବ୍ୟବହାର ହୋଇ ପାରିବ ନାହିଁ ସରକାରୀ ଗାଡ଼ି
ମନ୍ତ୍ରୀ ମାନଙ୍କର ସରକାରୀ ବାହନର ବ୍ୟବହାର କେବଳ ଅଫିସରୁ ନିଜ ଘର ଓ ସରକାରୀ ବ୍ୟବହାର ପାଇଁ ହିଁ ସୀମିତ ରହିବ । ଏହା ବାହାରେ ସରକାରୀ ବାହନର ଅନ୍ୟତ୍ର ବ୍ୟବହାର ଉପରେ କଡ଼ା ପ୍ରତିବନ୍ଧକ ରହିବ । ଖାସ୍ କରି ପ୍ରଚାର କାମରେ ଏହାର ବିଲକୁଲ୍ ବ୍ୟବହାର ହୋଇ ପାରିବ ନାହିଁ ।
ଘୋଷଣା ହେବ ନାହିଁ କୌଣସି ନୁଆ ଯୋଜନା, ନା ବ୍ୟବହାର ହେବ ଧାର୍ମିକ ଅନୁଷ୍ଠାନ
ନିର୍ବାଚନ ମଣ୍ଡଳୀ ଅଂଚଳରେ ପ୍ରାର୍ଥୀ ମାନେ ସ୍ଥାନିୟ କ୍ଷେତ୍ରର ବିକାଶ ପାଇଁ କୌଣସି ପ୍ରକାରର ନୁଆ କାର୍ଯ୍ୟ କିମ୍ବା ଯୋଜନାର ଆରମ୍ଭ କରି ପାରିବେ ନାହିଁ । ମନ୍ଦିର, ମସଜିଦ୍ କିମ୍ବା ଚର୍ଚ୍ଚ ପରି ଧାର୍ମିକ ଅନୁଷ୍ଠାନ ପ୍ରଚାର କେନ୍ଦ୍ର ଭାବେ ବ୍ୟବହାର କରା ଯାଇ ପାରିବ ନାହିଁ ।
ଭାରତର ବର୍ଷର ଏହି ସାଧାରଣ ନିର୍ବାବନ ପ୍ରକ୍ରିୟା ସମଗ୍ର ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ପକ୍ରିୟା ମଧ୍ୟରୁ ଗୋଟିଏ କୁହା ଯାଇପାରେ । ଚଳିତ ବର୍ଷ ଜୁନ ୧୬ ରେ ଲୋକ ସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏଣୁ ୨୦୨୪ରେ ୧୮ତମ ସାଧାରଣ ନିର୍ବାଚନ ଅୟୋଜନ କରା ଯାଉଛି । ଏଥର ନିର୍ବାଚନରେ ୯୭ କୋଟି ଭୋଟ୍ଦାତା ୧୦.୫ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଯ।।ଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/23-11.jpg)