କନକ ବ୍ୟୁରୋ : ମାଇକ୍ରୋସଫ୍ଟ ତରଫରୁ ଚେତାବନୀ ଦିଆଯାଇଛି କି, ଚୀନ ଏଆଇ ସହାୟାତରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି । କେବଳ ଭାରତ ନୁହେଁ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଓ ଦକ୍ଷିଣ କୋରିଆର ସାଧାରଣ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବାକୁ ଚୀନ ଚେଷ୍ଟା ଚଳାଇଛି । ଏହି ଚେତାବନୀ ସେତେବେଳେ ଆସିଛି ଯେତେବେଳେ କି, ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ଚୀନ ଏଆଇ ସହାୟତାରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା ।
ଗତମାସରେ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗଟେସ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଏଠାରେ ଉଭୟ ମହିଳାଙ୍କ ନେତୃତ୍ୱରେ ବିକାଶ, ସ୍ୱାସ୍ଥ୍ୟ ସହିତ ଏଆଇର ଉପଯୋଗ ବିଷୟରେ ଆଲୋଚନା କରିଥିଲେ ।
ମାଇକ୍ରୋସଫ୍ଟ ତରଫରୁ କୁହାଯାଇଛି କି, ତାଇୱାନ ରାଷ୍ଟ୍ରପତି ନିର୍ବାଚନ କ୍ରମରେ ବେଜିଂ ସମର୍ଥିତ ଏକ ଗୋଷ୍ଠୀ ବିଶେଷ ଭାବେ ସକ୍ରିୟ ଥଲେ । ଏହି ଗୋଷ୍ଠୀ ନକଲି ଅଡିଓ ସମର୍ଥନ ଓ ମିମ୍ସ ସହିତ ଏଆଇ ଉପଯୋଗ କରି ବିଭିନ୍ନ ଭିଡିଓ ପୋଷ୍ଟ କରିଥିଲେ । ଏହାର ଉର୍ଦ୍ଦେଶ୍ୟ ଥିଲା କିଛି ଆଶାୟୀଙ୍କୁ ବଦନାମ କରିବା ଓ ଭୋଟରଙ୍କ ଧାରଣାକୁ ଭ୍ରମିତ କରିବା ।
ଭାରତରେ ସାଧାରଣ ନିର୍ବାଚନ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ଜୁନ ପହିଲାରେ ସମାପ୍ତ ହେବ ଓ ଜୁନ ୪ ତାରିଖରେ ଭୋଟ ଗଣତି ହେବ । ଭାରତରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।