ନିର୍ବାଚନ ଶେଷ ହେବା ପରେ ଇଭିଏମ୍ ସହିତ ହୋଇଥାଏ କ’ଣ ? ଜାଣିଛନ୍ତି କି ?

648

ଲୋକସଭା ନିର୍ବାଚନ ଶେଷ ହେବା ପରେ ଗୋଟିଏ ବଡ ପ୍ରଶ୍ନ ଆସି ଠିଆ ହୁଏ ଯେ ଏହି ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ ର ହୁଏ କ’ଣ? ନିର୍ବାଚନ ପ୍ରକ୍ରିୟାରେ ଯେଉଁ ଇଭିଏମ୍ ପ୍ରୟୋଗ ହୁଏ ସେସବୁର ହେବ କ’ଣ? ତେବେ ଆପଣ ଯଦି ଏ ବିଷୟରେ ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ ଏ ବିଷୟରେ ସବିଶେଷ କହିବାକୁ ଯାଉଛୁ । ଲୋକସଭା ନିର୍ବାଚନ ୨୦୧୯ ପାଇଁ ନିର୍ବାଚନ କମିଶନ୍ ୪୦ ଲକ୍ଷ ଇଭିଏମ୍ ମେସିନ୍ ର ବ୍ୟବହାର କରିଥିଲେ ଯେଉଁଥିପାଇଁ ୯୦ କୋଟି ମତଦାତା ସୁଚାରୁରୁପେ ମତଦାନ କରିପାରିଥିଲେ । ଏହି ନିର୍ବାଚନରେ ମୋଟ ୬୦ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଆପଣଙ୍କୁ କହିରଖୁଛୁ ମତଦାନ ଶେଷ ହେବା ପରେ ଇଭିଏମ୍ ମେସିନ୍ କୁ କଡା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ୍ ରୁମରେ ରଖାଯାଏ । ଯେଉଁଠାରେ ଏହି ମେସିନ୍ ଅନ୍ଧାରରେ ରଖାଯାଏ । ଏତିକି ନୁହଁ ଏହି ମେସିନ୍ ପାଖରେ କୌଣସି ଇଲେକ୍ଟ୍ରିକ୍ ମେସିନ୍ ମଧ୍ୟ ନଥାଏ । ମତଗଣନା ସମ୍ପୁର୍ଣ୍ଣ ହେବା ପରେ କାଗଜପତ୍ରରେ ଜାଞ୍ଚ୍ ହୁଏ ।

ମତଗଣନା ପରେ ପୁନଶ୍ଚ ଇଭିଏମକୁ ଷ୍ଟ୍ରଙ୍ଗ୍ ରୁମରେ ରଖାଯାଏ । ଷ୍ଟ୍ରଙ୍ଗ୍ ରୁମକୁ ପୁଣି ଥରେ ସିଲ୍ କରିଦିଆଯାଏ । ଏହି ସବୁ ପ୍ରାର୍ଥୀଙ୍କ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷଙ୍କ ସାମ୍ନାରେ କରାଯାଏ । ଏହି ସମୟରେ ପ୍ରତିନିଧିମାନେ ଦସ୍ତଖତ ମଧ୍ୟ କରିଥାନ୍ତି । ନିର୍ବାଚନ ଫଳାଫଳ ବାହାରିବାର ୪୫ ଦିନ ପରେ ଯଦି ପ୍ରାର୍ଥୀଙ୍କୁ ମତଗଣନା ଉପରେ କୌଣସି ସନ୍ଦେହ ଥାଏ ତେବେ ସେ ପୁନଶ୍ଚ ଜାଞ୍ଚ୍ କରିବା ପାଇଁ ଆବେଦନ କରିପାରିବେ ।

ଏହି ସମୟରେ ଇଭିଏମ୍ ସୁରକ୍ଷାର ଦାୟିତ୍ୱ କେନ୍ଦ୍ର ତଥା ରାଜ୍ୟ ସୁରକ୍ଷାବଳ ଉପରେ ନିର୍ଭର ଥାଏ । ୪୫ ଦିନ ପରେ ପୁଣିଥରେ ଇଭିଏମ୍ ର ସମ୍ପୁର୍ଣ୍ଣ ସୁରକ୍ଷା ସହ ଷ୍ଟୋରେଜ୍ ରୁମ୍ ନିଆଯାଏ ଯେଉଁଠାରେ କମିଶନ୍ ଙ୍କ ଇଞ୍ଜିନିୟର୍ ଇଭିଏମ୍ ଜାଞ୍ଚ୍ କରିଥାନ୍ତି । ନିର୍ବାଚନ ସମୟରେ ୨୦ ପ୍ରତିଶତ ଇଭିଏମ୍ ରିଜର୍ଭ କରାଯାଏ ଯାହା ପରେ ଟେକନିକ୍ ଖରାପ ହେବା କାରଣରୁ କାମ ଚଳାଯାଇପାରିବ । ଯେଉଁ ଇଭିଏମ୍ ଖରାପ ହୋଇଯାଏ ଏହାକୁ ନଷ୍ଟ କରିଦିଆଯାଏ ।