VVPAT କୁ ନେଇ ସୁପ୍ରିମକୋର୍ଟ ପହଂଚିଲେ ୨୧ ଟି ବିପକ୍ଷ ଦଳ ! ଗୋଟିଏ ମିନିଟରେ ଯାଚିକା ଖାରଜ କଲେ କୋର୍ଟ

211

ଲୋକସଭା ନିର୍ବାଚନ ପାଇଁ କାଉଣ୍ଟିଙ୍ଗ୍ ସମୟରେ ୫୦ % ଭିଭିପେଟ୍ ର ଚିରକୁଟି ମିଳିଥିବା ଯାଚିକାକୁ ସୁପ୍ରିମକୋର୍ଟ ଗୋଟିଏ ମିନିଟରେ ଖାରଜ କରି ଦେଇଛନ୍ତି । ୨୧ ବିପକ୍ଷଦଳ ପୂର୍ବ ୩ ଚରଣର ମତଦାନରେ ସାମ୍ନାକୁ ଆସିଥିବା ଇଭିଏମ୍ ରେ ଗଡବଡ ମାମଲା କଥା କହି ୫୦ ପ୍ରତିଶତ ଭିଭିପେଟ୍ ଚିରକୁଟି ମିଳିଥିବା କଥା କହି ପୁନଃର୍ବିଚାର ଯାଚିକା ଦେଇଥିଲେ ।

କିନ୍ତୁ ମୁଖ୍ୟ ନ୍ୟାୟାଧିଶ ରଂଜନ ଗୋଗୋଇ ବିପକ୍ଷ ଦଳ ଯାଚିକାକୁ ଖାରଜ କରି କହିଛନ୍ତି ଯେ କୋର୍ଟ ବାରାମ୍ବାର ଗୋଟିଏ କଥାକୁ କାହିଁକି ଶୁଣିବେ ? ସେ ଏହି ମାମଲାରେ ମୁଣ୍ଡ ପୁରାଇବାକୁ ଚାହୁଁନଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିରେ ନ୍ୟାସନାଲ୍ କନଫ୍ରେନ୍ସର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଆମ ଲକ୍ଷ୍ୟ ଥିଲା ଯେ ପ୍ରତିଟି ଦଳ ପାଇଁ ନିର୍ବାଚନ ନିରପେକ୍ଷ ହେଉ । କିନ୍ତୁ ଆମେ ଅଦାଲତଙ୍କ ନିଷ୍ପତ୍ତିକୁ ସମ୍ନାନ ଦେଉଛୁ ।

ଯାଚିକା ଦାୟର୍ କରିଥିବା ଦଳ :

ସୁପ୍ରିମକୋର୍ଟରେ ଯାଚିକା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ . ଚନ୍ଦ୍ରବାବୁ ନାଇଡୁ (ଟିଡିପି) , ଶରଦ୍ ପାୱାର (ଏନସିପିି) , ପାଋକ୍ ଅବଦୁଲ୍ଲା (ଏନସି) , ଶରଦ୍ ଯାଦବ (ଏଲଜେଡି) , ଅରବିନ୍ଦ କେଜରିୱାଲ୍ (ଆପ୍), ଅଖିଲେଶ୍ ଯାଦବ (ସପା) , ଡେରେକ୍ ଓବ୍ରାୟନ୍ (ଟିଏମସି) ଏବଂ ଏମ୍ .କେ.ଷ୍ଟାଲିନ୍ (ଡିଏମକେ) ପକ୍ଷରୁ ଏହି ଯାଚିକା ଦାୟର୍ କରାଯାଇଥିଲା ।