ଯୋଗୀଙ୍କ ରାସ୍ତାରେ ସାଧ୍ୱୀ ପ୍ରଜ୍ଞା ! ପ୍ରଚାରରେ ଲାଗିଲା ବ୍ୟାନ୍ , କର୍ଫୁ ମାତାଙ୍କ ମନ୍ଦିରରେ କଲେ କିର୍ତ୍ତନ ।

220

ଭୋପାଳ ଲୋକସଭା ସିଟ୍ ରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ନିର୍ବାଚନ ପ୍ରଚାର କରିବାରେ ନିର୍ବାଚନ କମିଶନ୍ ୭୨ ଘଣ୍ଟାର ବ୍ୟାନ୍ ଲଗାଇଛନ୍ତି । ଏହି ପ୍ରତିବନ୍ଧ ଗୁରୁବାର ସକାଳ ୬ ଟାରୁ ଆରମ୍ଭ ହୋଇଛି । ବାବରୀ ମସଜିଦ୍ ଉପରେ ଦେଇଥିବା ବିବାଦୀୟ ବୟାନ୍ ପରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଆଇପିସି ଧାରା ୧୮୮ ଅନୁସାରେ ଆଚାର ସଂହିତା ଉଲ୍ଲଘଂନର ଅଭିଯୋଗ ଲାଗିଛି । ଏହି ଅଭିଯୋଗ ଅନୁସାରେ ଆଜି ସାଧ୍ୱୀ ପ୍ରଜ୍ଞାଙ୍କ ଉପରେ ବ୍ୟାନ୍ ଲଗାଯାଇଛି । ତେବେ ବ୍ୟାନ୍ ଲାଗିବା ପରେ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ସାଧ୍ୱୀ ପ୍ରଜ୍ଞା ମନ୍ଦିରରେ ବୁଲୁଥିବା ଦେଖିବାକୁ ମିଳିଛନ୍ତି । ଆଜି ସକାଳେ ସେ ଭୋପାଳରେ କର୍ଫୁ ମାତା ମନ୍ଦିରରେ ପୂଜା କରିଥିଲେ । ସାଧ୍ୱୀ ପ୍ରଜ୍ଞା ଠାକୁର ଏହି ମନ୍ଦିରରେ ଭଜନ ଗାଉଥିବା ନଜର ଆସିଥିଲେ । ଏହାପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ବାଚନ ଆୟୋଗ ପ୍ରତିବନ୍ଧ ଲଗାଇଥିଲେ ଏହାପରେ ସେ ଲଖନଉଁର ହନୁମାନ ସେତୁ ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲେ ।

କାହିଁକି ଲାଗିଲା ସାଧ୍ୱୀ ପ୍ରଜ୍ଞାଙ୍କ ଉପରେ ବ୍ୟାନ୍ ?

ଏକ ଚ୍ୟାନେଲକୁ ସାକ୍ଷାତକାର ଦେବାକୁ ଯାଇ ସାଧ୍ୱୀ ପ୍ରଜ୍ଞା କହିଥିଲେ , ଆମେ ଦେଶରୁ ଏକ କଳଙ୍କକୁ ହଟାଇଲୁ । ଆମେ ଏହି ଢାଞ୍ଚାକୁ ଗଡାଇବାରେ ସଫଳ ହେଲୁ ଏବଂ ମୋ ଉପରେ ମୋତେ ଗର୍ବ ଅଛି କାରଣ ଇଶ୍ୱର ମୋତେ ଏହି କାମ କରିବା ପାଇଁ ମଉକା ଦେଲେ । ଆମେ ବିଶ୍ୱାସ ଦେଉଛୁ କି ସେହି ସ୍ଥାନରେ ରାମ ମନ୍ଦିର ପ୍ରସ୍ତୁତ ହେବ । ତେବେ ସାଧ୍ୱୀଙ୍କ ଏହି ବୟାନ ପରେ ନିର୍ବାଚନ ଆୟୋଗ ତାଙ୍କୁ ବ୍ୟାନ୍ ଲାଗିଥିବା ଏକ ନୋଟିସ୍ ଧରାଇଥିଲେ । ଏହା ପୂର୍ବରୁ ମଧ୍ୟ ସାଧ୍ୱୀ ସହିଦ୍ ହେମନ୍ତ କରକରେଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ସେ କହିଥିଲେ ଯେ ସେ ସହିଦ୍ ହେମନ୍ତ କରକରେଙ୍କୁ ଅଭିଶାପ ଦେଇଥିଲେ । ତେଣୁ ସେ ମୁମ୍ବାଇରେ ନଭେମ୍ବର ୨୬ ,୨୦୦୮ ଆକ୍ରମଣରେ ଆତଙ୍କବାଦୀଙ୍କ ହାତରେ ସହିଦ୍ ହେଲେ । ଏହି ବୟାନର ନିନ୍ଦା ହେବା ପରେ ଠାକୁର କ୍ଷମା ମାଗିଥିଲେ ।